ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ରଂଜିତ କୁମାର ସାହୁ

-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରସ ଦଳ ପକ୍ଷରୁ ରଂଜିତ କୁମାର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହଜାର ହଜାର ଦଳୀୟ କର୍ମୀ ମାନଙ୍କ ସହ କାମାକ୍ଷା ନଗର ତାରିଣୀ ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରା ରେ ରାଲି ବାହାରି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରିଟର୍ନି ଅଫିସର ଅନିତା ପାତ୍ର ଙ୍କ ନିକଟରେ ନାମାଙ୍କନ ପତ୍ର ୩ସେଟ ଦାଖଲ କରିଥିଲେ।

ସେହିଭଳି ପରଜଙ୍ଗ ବିଜେପି ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ପ୍ରଧାନ ଗୋଟିଏ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କିନ୍ତୁ ଆଗାମୀ ୬ତାରିଖ ଦିନ ଦଳୀୟ କର୍ମୀ ମାନଙ୍କ ଗହଣ ରେ ଆସି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି।ଏହି ନାମାଙ୍କନ ପତ୍ର କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଲୋକେ ଚଳିତ ନିର୍ବାଚନ ରେ ପରିବର୍ତନ ଚାହୁଁଛନ୍ତି ଏବଂ କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ଅଛି, ବିଜେଡିସରକାର ଦୀର୍ଘ 25ବର୍ଷ ଦେଶକୁ ଶାସନ କରିଥିବା ବେଳେ ବିଜେପି ଦୀର୍ଘ ୧୦ବର୍ଷ କାଳ ଶାସନ କରି କଣ ବିକାଶ କରିଛନ୍ତି, ସେମାନେ ହେଲେ ଭାଇ ଭାଇ, ଏହା ଜନ ସାଧାରଣ ଜାଣି ସାରିଲେଣି ତେଣୁ ନିଛିତ ଭାବରେ କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ଅଛି ସେ ନିଛିତ ଭାବେ ବିଜୟୀ ହେବେ ତେଣୁ ସେ କୌଣସି ଦଳ ସହିତ ଲଢେଇ କରିବେନି ବରଂ ଅନ୍ୟ ଦଳ ମାନେ ତାଙ୍କ ସହିତ ଲଢେଇ କରିବେ ବୋଲି ଦୃଢତାର ସହ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *