ଦେଓଗାଁ ରେ ସଦାଶିବ ରାମାୟଣ ଉଦ୍ଯାପିତ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଦେଓଗାଁ ରେ ଗତ ସତେଇଶି ତାରିଖ ଅପରାହ୍ନ ରୁ ଅନୁଷ୍ଠିତ ସଦାଶିବ ରାମାୟଣ ଗତ ଏପ୍ରିଲ୍ ତିରିଶ ତାରିଖ ରାତ୍ରିରେ ଉଦ୍ ଯାବିତ୍ ହୋଇଅଛି। ଦେଓଗାଁ ର ସମାଜସେବୀ କୃଷ୍ଣ ଚନ୍ଦ୍ର ପତି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁମାନେ ଉପସ୍ଥିତ ହୋଇ ପ୍ରଭୁ ଙ୍କ ସାନ୍ନିଧ୍ୟ କୃପା ଲାଭ କରିଥିଲେ।କଟକ ଜିଲ୍ଲାର ମାହାଙ୍ଗା ର ଗୋରା ପଞ୍ଚାୟତ ର କଳାକାର ମାନେ ସୁନ୍ଦର ଭାବରେ ରାମାୟଣ ଗାନ କରିଥିଲେ।

ସର୍ବଶ୍ରୀ ରାମଚନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ସ୍ବାଇଁ, କାର୍ତ୍ତିକେଶ୍ବର ପରିଡ଼ା, ଚିଦାନନ୍ଦ ପତି ଙ୍କ ସହ ଦେଓଗାଁ ସଂକୀର୍ତ୍ତନ ମଣ୍ଡଳୀ ଟୁକ ପତିଙ୍କ ନେତୃତ୍ବରେ ସଙ୍ଗୀତ ପରିବେଷଣ କରିଥିଲେ।ରାମ ଭୂମିକା ରେ ଚନ୍ଦ୍ର ଶେଖର ପତି ଙ୍କ ପୁତ୍ର ନୂତନ ଆନନ୍ଦ ପତି, ସୀତା ଭୂମିକା ରେ ସୁବାସ ଦାସ୍ ଙ୍କ ପୁତ୍ର ସୁଜିତ କୁମାର ଦାସ, ହନୁମାନ ଭୂମିକା ରେ ନରେନ୍ଦ୍ର ପ୍ରଧାନ,ଲକ୍ଷ୍ମଣ ଭୂମିକା ରେ ଜପ ପତିଙ୍କ ପରିବେଷଣ ଉଚ୍ଚ କୋଟୀର ଥିଲା।ଉଭୟ କଳାକାର କପିଳାସ ପୀଠ ଓ ଦେଓଗାଁ ରେ ଭୂମିକା ସଂପାଦନ କରିଥିଲେ।
