ନିର୍ବାଚନ ମଣ୍ଡଳୀ ରେ ବିଜେପି ର ବାଇକ ଶୋଭାଯାତ୍ରା

ତା 4/5/24 କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ରେ ବିଜେପି ତରଫ ରୁ ବିଧାୟକ ପ୍ରାର୍ଥୀ ଶ୍ରୀ ଯୁକ୍ତ ମାନ ଗୋବିନ୍ଦ ପ୍ରଧାନ ଏବଂ ସାଂସଦ ପ୍ରାର୍ଥୀ ଶ୍ରୀ ସୁକାନ୍ତ ପାଣିଗ୍ରାହି ଙ୍କ ନେତୃତ୍ୱ ରେ ଶହ ଶହ ବାଇକ ଟିକାବାଲି ଆଖଣ୍ଡଳମଣି ମନ୍ଦିର ଠାରୁ ଶୋଭାଯାତ୍ରା ରେ ବାହାରି ଟୀକାବାଲି ନଗର ପରିକ୍ରମା କରି ସାରିବା ପରେ ରାଇକିଆ ଏବଂ ଘୁ. ଉଦୟଗିରି ବ୍ଲକ ପରିକ୍ରମା କରିଥିଲେ.।

ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଶ୍ରୀ ବିଶ୍ୱେଶର ଟୁଡୁ, sc ମୋର୍ଚା ସଭାପତି ରାମ୍ବିଷି ଦିଗାଲ, ଅଜୟନ୍ତୀ ପ୍ରଧାନ ଙ୍କ ସହିତ ବହୁ ବରିଷ୍ଠ ନେତା ଯୋଗ ଦେଇ ପଥପ୍ରାନ୍ତ ସଭା ମାଧ୍ୟମ ରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଜନ ସାଧାରଣ ଙ୍କ ର ଧ୍ୟାନ ଆକର୍ଷଣ କରି ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବା ସକାଶେ ଅନୁରୋଧ କରିଥିଲେ। ଆଜିର ସମସ୍ତ କାର୍ଯ୍ୟକ୍ରମ ରେ ବିଧାନ ସଭା ସଂଯୋଜକ ସନ୍ତୋଷ ଲେଙ୍କା, ମଣ୍ଡଳ ସଭାପତି ନାରାୟଣ ପାତ୍ର, ଗୋପାଳକୃଷ୍ଣ ପଣ୍ଡା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *