ପପୁ ବର୍ଦ୍ଧନ କହିଲେ ଶିତାଂଶୁ ଶେଖର ମହାପାତ୍ର ମୋ ପାଇଁ ଭଗବାନ ସଦୃଶ
= ଗଣତନ୍ତ୍ର ପର୍ବ ରେ ଗଣମାଧ୍ୟମ ସତମାର୍ଗ ଦେଖାଏ’ ପପୁ ବର୍ଦ୍ଧନ ବଖାଣିଲେ ସଂଘର୍ଷ ବେଳର କାହାଣୀ। ବିଶ୍ବ ର ଶ୍ରେଷ୍ଟ ଗଣତନ୍ତ୍ର ର ଦେଶ ଭାରତ ନିର୍ବାଚନ ଏହାର ବଡ ପର୍ବ ଏହି ମହାନ ପର୍ବ ଏବେ ଆରମ୍ଭ ହୋଇଛି ।ଏଭଳି ପର୍ବ ସମୟ ରେ ଭୋଟ ର ହେଉଛନ୍ତି ସଠିକ ନିଷ୍ପତ୍ତି ଦାତା ସେମାନଙ୍କ ନିଷ୍ପତ୍ତି ହଁ ସରକାର ଗଢିବ ଆଉ କାହାକୁ ଗାଦିଚ୍ୟୁତ କରିବ ।ଏଭଳି ଗୁରୁତ୍ବପୂର୍ଣ୍ଣ ସମୟ ରେ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ରହିଛି ଜନାଦେଶ କୁ ଗଣମାଧ୍ୟମ ସତ ମାର୍ଗ ଦେଖାଏ ବୋଲି ବିଜେପି ଭଦ୍ରକ ବିଧାନସଭା ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର କହିଛନ୍ତି। ବିଧାନସଭା ପାର୍ଟି କାର୍ଯ୍ୟାଳୟ ରେ ଆଯୋଜିତ ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ମହାପାତ୍ର କହିଥିଲେ।

ନିରପକ୍ଷେ ଗଣମାଧ୍ୟମ ହିଁ ଦୃଢ ସରକାର ଗଢିବାର ସହାୟକ ହୋଇଥାଏ ଆପଣମାନେ ଯାହା ଘଟୁଛି ତାର ସତ କଥା ଲେଖିଲେ ନିଶ୍ଚିତ ଆମ ଅଞ୍ଚଳ ରେ ବିକାଶ ହୋଇପାରିବ। ଏଭଳି ଜରୁରୀ ସମୟ ରେ ଗଣମାଧ୍ୟମ ଭୋଟରଙ୍କୁ ପ୍ରକୃତ ସଚେତନ କରିପାରିବ ବୋଲି ସେ ପ୍ରକାଶ କରିଥିଲେ। ବିଜେପିର ର ବରିଷ୍ଠ ନେତା ଶରତ ପଢିଆରୀ ଙ୍କ ସଂଯୋଜନା ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ଡାକ୍ତର ପ୍ରଦୀପ ନାୟକ, ସାମ୍ବାଦିକ ମାନେ ଆମ ଗଣତନ୍ତ୍ର ର ଆଇନା ବୋଲି କହିଥିଲେ। ଏହି ଅବସର ରେ ରମ୍ଭିଳା ପଞ୍ଚାୟତ ର ପୁନର୍ଜନ୍ମ ପାଇଥିବା ପପୁ ବର୍ଦ୍ଧନ ତାଙ୍କ ଅକୁହା କଥା ବଖାଣି ଥିଲେ ଦୁଇ କିଡ଼ନୀ ହରାଥିବା ପପୁ ଅର୍ଥ ଅଭାବ ରୁ କେମିତି ରୋଗ ଶଯ୍ୟା ରେ ପଡି ଜୀବନ ସହ ଲଡୁଥିଲେ। ତାଙ୍କୁ କେମିତି ନୂଆ ଜୀବନ ଦେବାରେ ସୀତାଂଶୁ ଶେଖର ମହାପାତ୍ର ସହାୟକ ହୋଇଥିଲେ। ସେହି କଥା କହିବା ବେଳେ ନିଜ କୋହ ସମ୍ଭାଳି ନ ପାରି କାନ୍ଦି ଥିଲେ, ପପୁ ବର୍ଦ୍ଧନ କହିଥିଲେ ଶିତାଂଶୁଶେଖର ମହାପାତ୍ର ମୋ ପାଇଁ ଭଗବାନ ସଦୃଶ, ବହୁ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ରେ ସିତାଂଶୁ ଶେଖର ମହାପାତ୍ର ସାହାଯ୍ଯ ର ହାତ ବଢାଇ ଥାଆନ୍ତି, ବହୁ ଲୋକ ଉପକୃତ ହୋଇଛନ୍ତି
