ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଜୋରଦାର ପ୍ରଚାର

ବ୍ରହ୍ମପୁର:-୦୫/୦୫ ଗତ ୩ ତାରିଖରେ ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରା ବାହାରି ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲା ବେଳେ ଏବେ ସେ ତାଙ୍କର ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବା ଦେଖିବାକୁ ମିଳିଛି । ସେ ବୁଗୁଡା ବ୍ଳକର ମାଣିତରା ପଞ୍ଚାୟତ ଅନ୍ତର୍ଗତ ଭୋଗଡା, ମାଣିତରା, ମକରାପଲ୍ଲୀ, ସାପୁଆପଲ୍ଲୀ, କଣ୍ଡେରେଇ ଆଦି ଗାଁରେ ନିଜ ନିଜର ଶହ ଶହ ସମର୍ଥକଙ୍କ ଗହଣରେ ଯାଇ ପଦ୍ମଫୁଲ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ସେହିପରି ବ୍ଳକର ଏ.କରଡାବାଡି ପଞ୍ଚାୟତ ଅନ୍ତର୍ଗତ ସୋରଡ, ବଣପଲ୍ଲୀ ଆଦି ଗ୍ରାମକୁ ଯାଇ ଘରକୁ ଘର ବୁଲି ସେ ଭୋଟ ଭିକ୍ଷା କରିଥିଲେ । ଏ ଅବସରରେ ଉଭୟ ପଞ୍ଚାୟତର ଗ୍ରାମବାସୀ ତାଙ୍କୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉକ୍ତ ପ୍ରଚାର କାର୍ଯ୍ୟକ୍ରମରେ ଘୁମୁସର ସାଂଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା , ଆରତୀ ଦେବୀ , ବବୁଲ ନାୟକ, ସୁନୀଲ କୁମାର ପାଢୀ , ଗଙ୍ଗାଧର ନାୟକ, ହରିକୃଷ୍ଣ ସାହୁ , ମଣ୍ଡଳ ସଭାପତି ଭଗବାନ ଜେନା, ରବିନ୍ଦ୍ର କୁମାର ପ୍ରଧାନ, ମହେନ୍ଦ୍ର ପଣ୍ଡା, ଶାନ୍ତନୁ ନାୟକ, ରବିନ୍ଦ୍ର କୁମାର ପରିଡା ,ସନ୍ତୋଷ କୁମାର ଭୋଳ ପ୍ରମୁଖଙ୍କ ସମେତ ବିଜେପିର ବହୁ କର୍ମୀ ଓ କର୍ମକର୍ତ୍ତା ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *