ପାରାଦ୍ୱୀପ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ପ୍ରଭାତ କୁମାର
ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ପ୍ରଭାତ କୁମାର । ରାଜ୍ୟରେ ବିଜେଡି ସରକାର ଓ କେନ୍ଦ୍ର ରେ ମୋଦି ସରକାର ଏକାଠି ହୋଇ ଓଡ଼ିଆ ବାସୀଙ୍କୁ ମିଛ ପ୍ରତିଶ୍ରୁତି ହେଇ ଠାକୁଛନ୍ତି । ଏଥର କଂଗ୍ରେସ ସରକାର ଗଢ଼ିବ ଏବଂ କଂଗ୍ରେସ ଗ୍ୟାରେଣ୍ଟି ନିଶ୍ଚିତ ଭାବରେ କାମ କରିବା ବୋଲି ପ୍ରବକ୍ତା ତାଙ୍କର ବକ୍ତବ୍ୟ ରେ କହିଛନ୍ତି । ଏହି ସମ୍ମିଳନୀରେ କଂଗ୍ରେସ ସାଂଦଦ ପ୍ରାର୍ଥୀ ରବିନ୍ଦ୍ର କୁମାର ସେଠୀ, ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ତଥା ଯୁବ ନେତା ନିରଂଜନ ନାୟକ , ଜିଲ୍ଲା ସଭାପତି ନଟବର ବାରିକ, ଯୁବ ନେତା ବିପ୍ଳବ ଚୌଧୁରୀ ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ । ସ୍ଥାନୀୟ ସମସ୍ୟା କୁ ମୁଦା କରି ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ବିଜୟ ହେବ ବୋଲି ଯୁବ ନେତା ନିରଂଜନ କହିଛନ୍ତି ।
