ନିର୍ବାଚନ ପର୍ଯ୍ୟବେକ୍ଷକ ଙ୍କ ପିପିଲି ନିର୍ବାଚନ ମଣ୍ଡଳୀ ର ବୁଥ ପରିଦର୍ଶନ

ନିର୍ବାଚନ ପର୍ଯ୍ୟବେକ୍ଷକ ଙ୍କ ପିପିଲି ନିର୍ବାଚନ ମଣ୍ଡଳୀ ର ବୁଥ ପରିଦର୍ଶନ।ପୁରୀ ୮/୫ ପୁରୀ ଜିଲ୍ଲା ନିର୍ବାଚନ ପାଇଁ ନିୟୋଜିତ ସାଧାରଣ ପର୍ଯ୍ୟବେକ୍ଷକ ଡା କୁନାଲ ପ୍ରକାଶ ଆଜି ପୂର୍ବାହ୍ନରେ ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବୁଥ ପରିଦର୍ଶନ କରିଥିଲେ।ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିବିଧ କ୍ରିଟିକାଲ ବୁଥ କୁ ପରିଦର୍ଶନ ସହ ଭୋଟର ମାନଙ୍କ ପାଇଁ ବିବିଧ ବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତ ବ୍ଲକ ଯନ୍ତ୍ରୀ, ବିଏଲଓ ବା ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ସେହିପରି ଆଦର୍ଶ ଆଚରଣ ବିଧି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରି ଥିଲେ।ଅଧିକାରୀ ଓ କର୍ମଚାରୀ ମାନେ ବିନା କୌଣସି ଚାପ ବା ଭୟରେ ନିରପେକ୍ଷ ଭାବେ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ପରାମର୍ଶ ଦେଇଥିଲେ।ଏହି ପରିଦର୍ଶନରେ ଲିଆସନିଙ୍ଗ ଅଫିସର ଚନ୍ଦନ କୁମାର ସାହୁ,ବି ଏଲ ଓ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *