ବିଜେଡିର ବିଶାଳ କର୍ମୀ ସମ୍ମିଳନୀ

ବିଜେଡିର ବିଶାଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ପୁରୀ ଜିଲ୍ଲା ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ମଣ୍ଡଳୀ ଏବେ ଚଳଚଞ୍ଚଳ ହୋଇପଡିଛି । ପୁରୀ ଜିଲ୍ଲାରେ ଦିନକୁ ଦିନ ସଶକ୍ତ ହେଉଛି ବିଜେଡି । ପୁରୀ କୋଣାର୍କ ବେଳାମାର୍ଗ ସ୍ଥିତ ମିଲକ ସିଟି ଠାରେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ବିଜେଡିର ଏକ ବିଶାଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର, ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ସୁନିଲ କୁମାର ମହାନ୍ତି, ରାମକୃଷ୍ଣ ଦାସମହାପାତ୍ର, ଗୌରହରି ପ୍ରଧାନ, ରବିଶଙ୍କର ପ୍ରତିହାରୀ, କୃଷ୍ଣଚନ୍ଦ୍ର ପଣ୍ଡା,ପୀତବାସ ନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଉପସ୍ଥିତ ରହି ନବୀନ ପଟ୍ଟନାୟକଙ୍କ ସୁଶାସନ ନିର୍ମଳ ଭାବମୂର୍ତ୍ତି ଓ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଷଷ୍ଠ ଥର ମୁଖ୍ଯମନ୍ତ୍ରୀ କରିବା ପାଇଁ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ବେଳଦଳ ସହ ୨୨ଟି ପଞ୍ଚାୟତର ଅସନ୍ତୁଷ୍ଟ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ଯ, ବରିଷ୍ଠ ବିଜେପି ଓ କଂଗ୍ରେସ ନେତାମାନେ ବି ଏହି ଅବସରରେ ବିଜେଡିରେ ମିଶିଛନ୍ତି । ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିରେ ମିଶିଥିବା କହିଛନ୍ତି । ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ ଜଣାଇଥିଲେ । ଦଳ ପାଇଁ କାର୍ଯ୍ୟକରିବା ଓ ଯୋଡା ଶଙ୍ଖରେ ଭୋଟ ଦେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ବିଶାଳ କର୍ମୀ ସମ୍ମିଳନୀରେ ପୁରୀ ସଦର ବ୍ଲକର ୨୨ଟି ପଞ୍ଚାୟତର ହଜାର ହଜାର କର୍ମୀ ଓ ବହୁ ବିଜେଡିର ନେତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *