ଏନଆଇଟି ରାଉରକେଲାରେ ବିଶ୍ୱ ଉଦ୍ୟୋଗ ଦିବସ ୨୦୨୬ ପାଳିତ**

ରାଉରକେଲା, ୨୨ ଅଗଷ୍ଟ:* ଏନଆଇଟି ରାଉରକେଲାର ଫାଉଣ୍ଡେସନ ଫର ଟେକ୍ନୋଲୋଜି ଆଣ୍ଡ ବିଜନେସ ଇନକ୍ୟୁବେସନ (FTBI) ପକ୍ଷରୁ ଗତ ୨୧ ତାରିଖରେ ବିଶ୍ୱ ଉଦ୍ୟୋଗ ଦିବସ ୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ସଫଳ ଉଦ୍ୟୋଗୀ, ପୁରାତନ ଛାତ୍ର ଓ ନବୀନ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନେ ଏକାଠି ହୋଇ ନିଜ ଅନୁଭୂତି ବାଣ୍ଟିଥିଲେ।କାର୍ଯ୍ୟକ୍ରମରେ ପ୍ରଫେସର ସୁବ୍ରତ କୁମାର ପଣ୍ଡା ଉଦ୍ୟୋଗ କ୍ଷେତ୍ରରେ ଧର୍ଯ୍ୟ, ସାହସ ଓ ରିସ୍କ ନେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଯୁବ ନବାଚାରକଙ୍କୁ ବାସ୍ତବ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଥିଲେ।ଏହି ଅବସରରେ FTBI ଇକୋସିଷ୍ଟମର ସଫଳ ଉଦ୍ୟୋଗୀ ମାନେ ନିଜ ଯାତ୍ରା ବିଷୟରେ କହିଥିଲେ। ଏଥିରେ DATOMS ର ପ୍ରତିଷ୍ଠାତା ଅମିୟ କୁମାର ସାମନ୍ତରାୟ (ଭର୍ଚୁଆଲ ମାଧ୍ୟମରେ), KOEL FRESH ର ଆଶୁତୋଷ ନାୟକ, BIOTEZ ର ଡା. ଶିତାରଶ୍ମୀ ସାହୁ, Yoshino Energy ର ଅନୁରାଗ ମିଶ୍ର ଏବଂ FASTECH ଓ MYORG360 ର ଅଭିଜିତ ସାହୁ ନିଜ ଅନୁଭୂତି ବାଣ୍ଟିଥିଲେ।ଉଦ୍ୟୋଗ କେବଳ ବ୍ୟବସାୟ ନୁହେଁ, ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ବୋଲି ଆଲୋଚନା ହୋଇଥିଲା। FTBI ବର୍ତ୍ତମାନ ୧୧୫ଟି ଷ୍ଟାର୍ଟଅପକୁ ସହଯୋଗ କରୁଛି ଓ ପ୍ରାୟ ୧୦୦୦ ନିଯୁକ୍ତି ସୃଷ୍ଟି କରିଛି।କାର୍ଯ୍ୟକ୍ରମକୁ FTBI ର ମୁଖ୍ୟ କାର୍ଯ୍ୟନିର୍ବାହୀ ଚିରଞ୍ଜୀବୀ ସାମଲ ପରିଚାଳନା କରିଥିଲେ। ଶେଷରେ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *