ଇଭିଏମ ଓ ଭିଭିପାଟ ର ଚୁଡାନ୍ତ ରାଣ୍ଡମାଇଜେସନ ଅନୁଷ୍ଠିତ
ପୁରୀ ୧୧/୫ ଆଜି ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଇସିଆଇ ପ୍ରଦତ୍ତ ସଫ୍ଟୱେୟାର ମାଧ୍ୟମରେ ଇଭିଏମ ଓ ଭିଭିପାଟ ର ଚୁଡାନ୍ତ ରାଣ୍ଡମାଇଜେସନ କରାଯାଇଥିଲା।ନିର୍ବାଚନ କମିଶନର ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ରେ ପ୍ରତିନ୍ଦ୍ୱଦିତା କରୁଥିବା ପ୍ରାର୍ଥୀ ବା ସେମାନଙ୍କ ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଏହି ରାଣ୍ଡମାଇଜେସନ ଅନୁଷ୍ଠିତ ହୋଇଥିଲା।

ଭାରତର ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ମିଳିଥିବା ସମସ୍ତ ଇଭିଏମ ଓ ଭିଭିପାଟ କୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଷ୍ଟ୍ରଙ୍ଗରୁମ ରେ ରଖାଯାଇଥିଲା ଓ ପରବର୍ତ୍ତୀ ସମୟରେ ପ୍ରଥମ ରାଣ୍ଡମାଇଜେସନ ପରେ ଜଗନ୍ନାଥ ସଂସ୍କୃତି ୟୁନିଭରସିଟିରେ ବ୍ରହ୍ମଗିରି ଓ ପିପିଲି ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ରେ ପୁରୀ ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନୁସାରେ ରଖାଯାଇଥିଲା।ବର୍ତ୍ତମାନ ନିର୍ବାଚନ ମଣ୍ଡଳୀ ଅନୁସାରେ ଥିବା ଇଭିଏମ ଓ ଭିଭିପାଟ ର ଚୁଡାନ୍ତ ସ୍ତରୀୟ ରାଣ୍ଡମାଇଜେସନ କମ୍ପ୍ୟୁଟର ମାଧ୍ୟମରେ ଅନୁଷ୍ଠିତ କରାଗଲା। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ରାଣ୍ଡମାଇଜେସନ ମାଧ୍ୟମରେ ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଓ ଭିଭିପାଟର ସଂଯୁକ୍ତ ଓ ନିର୍ଦ୍ଦିଷ୍ଟ ବୁଥ ୱାରୀ ରାଣ୍ଡମାଇଜେସନ କରାଯାଇଛି।ପ୍ରଥମେ ପୁରୀ ଲୋକସଭା ଅନ୍ତର୍ଗତ ନୟାଗଡ଼, ରଣପୁର, ଚିଲିକା, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ନିର୍ବାଚନର ରାଣ୍ଡମାଇଜେସନ କରାଯାଇଥିଲା।ପରେ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ବିଧାନସଭା ନିର୍ବାଚନ ର ରାଣ୍ଡମାଇଜେସନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସାଧାରଣ ପର୍ଯ୍ୟବେକ୍ଷକ ଡା କୁନାଲ ପ୍ରକାଶ ଖେମନର,ଭିଡିଓ କନଫେରନ୍ସ ମାଧ୍ୟମରେ ନୟାଗଡ଼ ରୁ ଅନ୍ୟତମ ସାଧାରଣ ପର୍ଯ୍ୟବେକ୍ଷକ ଟି ଭି ସୁଭାଷ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ୧୦୯-ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ଶରତ ଚନ୍ଦ୍ର ବେହେରା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ୧୦୮-ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ପ୍ରିୟରଞ୍ଜନ ପୃଷ୍ଟି,ଉପଜିଲ୍ଲାପାଳ ତଥା ୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ଗୋପୀନାଥ କୁଅଁର,ଅତିରିକ୍ତ ଉପଜିଲ୍ଲାପାଳ ତଥା ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ନିଳମାଧବ ମାଝୀ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ,ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ର ଡିଆଇଓ ବିଶ୍ୱନାଥ ପଣ୍ଡା,ନିର୍ବାଚନ ରେ ପ୍ରତିନ୍ଦ୍ୱଦିତା କରୁଥିବା ପ୍ରାର୍ଥୀ ଓ ସେମାନଙ୍କ ପ୍ରତିନିଧି,ନିର୍ବାଚନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ଆସନ୍ତା କାଲି ପୂର୍ବାହ୍ନ ରେ ସଂପୃକ୍ତ ରିଟର୍ଣ୍ଣିଂ ଅଫିସର, ପ୍ରାର୍ଥୀ ବା ସେମାନଙ୍କ ପ୍ରତିନିଧି ଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମ ଖୋଲାଯାଇ ରାଣ୍ଡମାଇଜେସନ ର ନମ୍ବର ଆଧାର ରେ ବୁଥ ୱାଇଜ ବିୟୁ,ସିୟୁ ଓ ଭିଭିପାଟ କୁ ପେୟାରିଂ ବା ସଂଯୁକ୍ତ କରାଯିବ।
