ରମ୍ଭା ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓମ୍ବଡ୍ସମ୍ୟାନଙ୍କ ସାଇବର ସଚେତନତା ଶିବିର l

ରମ୍ଭା ତା -୨୮/୦୮/୨୦୨୬ ରମ୍ଭା ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓମ୍ବଡ଼ସ ମ୍ୟାନଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର ଵି ଆଇ ର ମ୍ୟାନେଜର ନବଘନ ରାଉତ , ଆସିଷ୍ଟାଣ୍ଟ ମ୍ୟାନେଜର ସରୋଜ କୁମାର ଦାଶ, ଏଲ. ଡି. ଏମ ଗଞ୍ଜାମ ( ୟୁନିୟନ ବ୍ୟାଙ୍କ )ହିମାଞ୍ଚଳ ସାହୁ, ସମାଜସେବୀ ସୁବାଷ ଚନ୍ଦ୍ର ପଣ୍ଡା, ପ୍ରମୁଖ ଯୋଗ ଦେଇ ବିଭିନ୍ନ ମଧ୍ୟମରେ ସାଇବର ଠକେଇ କିପରି ହୁଏ ଓ ନୀରୀହ ଲୋକମାନେ କେମିତି ଶିକାର ହୁଅନ୍ତି ଏବଂ ମୋବାଇଲର ଓ ଟି ପି ଓ ଆପ ଲିଙ୍କ ଦ୍ୱାରା ଠକେଇ ବଢ଼ିବାରେ ଲାଗିଛି l ସେହି ତଥ୍ୟ ସମ୍ପର୍କିତ ବିଷଦ ଆଲୋଚନା କରି ଛାତ୍ର ଛାତ୍ରୀଙ୍କ ସନ୍ଦେହ ମୋଚନ କରି ସଚେତନତା କରିଥିଲେ l ଏହା ଦ୍ୱାରା ଛାତ୍ର ଛାତ୍ରୀମାନେ ନିଜେ ଓ ନିଜର ପାରିବାର ଏବଂ ଆଖ ପାଖ ଅଞ୍ଚଳର ଲୋକମାନଙ୍କୁ ସଚେତନତା କରିପାରିବେ l ଏଥିରେ ଓଡ଼ିଆ ଅଧ୍ୟାପକ ଭାସ୍କର ଚନ୍ଦ୍ର ମୁଦୁଲି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପିକା ଟି. ଅଲିଶ୍ରୀ ଆଚାରୀ, ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ll ସର୍ବ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ତୈଳ ଫୋଟୋ ଚିତ୍ରରେ ସାମୁହିକ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l କାର୍ଯ୍ୟକ୍ରମରେ ଅଧ୍ୟାପକ ହେମନ୍ତ ଦାଶ, ଅଧ୍ୟାପକ ନିରଞ୍ଜନ ମହାନ୍ତି, ବ୍ରଜମୋହନ ପଣ୍ଡା, ଅଧ୍ୟାପିକା ଡ଼ଃ ସାଗରକା ମହାପାତ୍ର, ଅଧ୍ୟାପିକା ଗୌରୀ ବଳବନ୍ତରାୟ, ଟି. ସ୍ଵାତି ଦେବୀ, ଯୋଗୀନ୍ଦ୍ର କୁମାର ସାହୁ, ଅଧ୍ୟାପକ ଜିତେନ୍ଦ୍ର କୁମାର ପଟ୍ଟନାୟକ, ଗଣେଷ ବେହେରା, ଶିବରାମ ପଣ୍ଡା ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ତତ ସହିତ ବିଭିନ୍ନ ବ୍ୟାଙ୍କ ଶାଖାର କର୍ମଚାରୀମନେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *