ହଜାର ହଜାର ସମର୍ଥକଙ୍କ ବିଶାଳ ବାଇକ୍ ରାଲି ରେ ଶିବଶଙ୍କର ଦାଶ

**ବ୍ରହ୍ମପୁର: କେନ୍ଦ୍ରରେ ଥିବା ଦଳ ଓ ରାଜ୍ୟ ସରକାର ବ୍ରହ୍ମପୁରକୁ ଉପଯୁକ୍ତ ପ୍ରାର୍ଥୀ ଦେଇନଥିବା କହି ନିଜ ୪ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ବ୍ରହ୍ମପୁରର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାଶ । ୧୧ ତାରିଖରୁ ପ୍ରଚାର ବନ୍ଦ ହେତୁ ନିଜ “ମାଠିଆ” ଚିହ୍ନର ପ୍ରଚାର ସହରର ମୁଖ୍ୟ ରାସ୍ତାରେ କରିଥିଲେ। ଧର୍ମପତ୍ନୀ ଆଶା ଦାଶଙ୍କ ସହ ଘରୁ ବାପା, ମାଁ ଙ୍କ ଆଶୀର୍ବାଦ ନେଇ ପ୍ରଥମେ ଗୋଷାଣୀନୂଆଁଗାଁ ମୁଖ୍ୟ ରାସ୍ତା, ବିଜିପୁର, ଟାଉନହଲ, ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ, ଗିରୀମାର୍କେଟ, କର୍ପୋରେସନ ରୋଡ, ବଡବାଜାର,ଫାଷ୍ଟ ଗେଟ୍, ହରିଡାଖଣ୍ଡି ଛକ, ଆସିକା ରୋଡ, ଗେଟ୍ ବଜାର, ନୂଆଁ ବସ୍ ଷ୍ଟାଣ୍ଡ, ଗୋଇଳୁଣ୍ଡି, କୋର୍ଟପେଟା, ଗଜପତି ନଗର ହୋଇ ନଗର ପରିକ୍ରମା ସହ ନିଜର ମାଠିଆ ଚିହ୍ନର ପ୍ରଚାର କରିଥିଲେ । ଏହି ଅବସରରେ ବିଭିନ୍ନ ଛକ ଗୁଡିକରେ ଶ୍ରୀଯୁକ୍ତ ଦାଶ ଙ୍କୁ ପ୍ରବଳ ଜନ ସମର୍ଥନ ମିଳିବା ସହ ଲୋକେ ପୁଷ୍ପମାଳ ଦେଇ ଏଥର ନିଶ୍ଚୟ ମାଠିଆ ବିଜୟ ନେଇ ସମର୍ଥନ ଜଣାଇଥିଲେ

Leave a Reply

Your email address will not be published. Required fields are marked *