ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଙ୍କ ସମୀକ୍ଷା

ପୁରୀ ୧୩/୫ ନିର୍ବାଚନ କାର୍ଯ୍ୟ ଏକ ସାମୁହିକ କାର୍ଯ୍ୟ।ଏହାକୁ ଭାରତର ନିର୍ବାଚନ କମିଶନ ଙ୍କ ମାର୍ଗଦର୍ଶିକା ଆଧାର ରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ନିର୍ବାଚନ ର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।ଆଜି ଅପରାହ୍ନ ରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆଗାମୀ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ସମୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ତ୍ରିପାଠୀ ଙ୍କ ସହ ଅନ୍ୟତମ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ରଜନୀ କାନ୍ତ ମିଶ୍ର, ହିମାଳିନୀ କାଶ୍ୟପ,ବିବେକ କୁମାର ଓ ପୋଲିସ ପର୍ଯ୍ୟବେକ୍ଷକ ୟାରାମ ନାଗି ରେଡ୍ଡୀ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଥିଲେ।ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ ସହ ନିର୍ବାଚନ ପାଇଁ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ବିଷଦ ତଥ୍ୟ ପ୍ରଦାନ କରିଥିଲେ। ୧୭ ପୁରୀ ଲୋକସଭା ଆସନରେ ୭ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱଦିତା କରୁଛନ୍ତି।ପୁରୀ ଲୋକସଭା ଅନ୍ତର୍ଗତ ମୋଟ ୭ ବିଧାନ ସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପୁରୀ ଜିଲ୍ଲାରେ ଥିବା ବେଳେ ନୟାଗଡ଼ ଓ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନୟାଗଡ଼ ଜିଲ୍ଲା ଓ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅଟେ।ଏହି ନିର୍ବାଚନ ମଣ୍ଡଳୀ ରେ ଚଳିତ ମାସ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।ସେହିପରି କାକଟପୁର ଓ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ୧୬ ଜଗତସିଂହପୁର ଲୋକସଭା ଅନ୍ତର୍ଗତ ଅଟେ ଓ ସେଠାରେ ଜୁନ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।ଜିଲ୍ଲାର ୧୪ ଲକ୍ଷ ରୁ ଉର୍ଦ୍ଧ୍ବ ଭୋଟର ୧୫୯୮ ବୁଥରେ ମତଦାନ କରିବେ।

ମତଦାନ ହାର ବୃଦ୍ଧି ଲକ୍ଷ୍ୟ ରେ ସମସ୍ତ ମତଦାତା ଙ୍କୁ ମତଦାନ ପାଇଁ ସୁଇପ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁରୋଧ କରାଯାଇଛି।ଅପରପକ୍ଷରେ ଆଇନ ଶୃଙ୍ଖଳା ରକ୍ଷା,ନିର୍ବାଚନ କୁ ନିରପେକ୍ଷ ଭାବେ ପରିଚାଳନା ପାଇଁ ଏଫ ଏସ ଟି,ଏସ ଏସ ଟି,ଭି ଏସ ଟି ଭଳି ଟିମ ମାନେ ଦାୟିତ୍ୱ ରେ ରହିଛନ୍ତି।ଚେକ ପୋଷ୍ଟ ରେ ଧରପଗଡ଼ ସହ ନିରନ୍ତର ଚେକିଂ ମଧ୍ୟ ଜାରି ରହିଛି।ଆକାଉଣ୍ଟିଂ ଟିମ ମଧ୍ୟ ସମସ୍ତ ପ୍ରାର୍ଥୀ ମାନଙ୍କର ଟିକିନିଖି ଖର୍ଚ୍ଚ ର ହିସାବ ରଖୁଛନ୍ତି।ପ୍ରାର୍ଥୀ ମାନଙ୍କୁ ସେମାନଙ୍କ ଦାୟିତ୍ୱ, ଖର୍ଚ୍ଚ ପରିଚାଳନା, ଆଚରଣ ବିଧି ସମ୍ପର୍କରେ ସଚେତନ କରାଯାଇଛି ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ।ସେହିପରି ଏସ ପି ପିନାକ ମିଶ୍ର ଆଇନ ଶୃଙ୍ଖଳା ରକ୍ଷା,ଧରପଗଡ଼, ପ୍ରାର୍ଥୀ ମାନଙ୍କ ସୁରକ୍ଷା ଓ ନିରପେକ୍ଷ ନିର୍ବାଚନ ପାଇଁ ବିବିଧ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ମାନେ ପ୍ରସ୍ତୁତି କୁ ଅଧିକ କ୍ରିୟାଶୀଳ କରିବା, ଭୋଟର ମାନଙ୍କ ମନରେ ମୁକ୍ତ ଅବାଧ ନିର୍ବାଚନ ପାଇଁ ଆଦର୍ଶ ସୃଷ୍ଟି କରିବା ଓ ପ୍ରାର୍ଥୀ ମାନଙ୍କ ଆଦର୍ଶ ଆଚରଣ ବିଧି ଅନୁପାଳନ ଓ ଖର୍ଚ୍ଚ ର ସଠିକ ହିସାବ ଲିପିବଦ୍ଧ ସମ୍ପର୍କରେ ପରାମର୍ଶ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଜିଲ୍ଲା ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ କୁନାଲ ପ୍ରକାଶ ଖେମନର, ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର, ମଦନପାଲ ସିଂ, ସରୋଜ କୁମାର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ରିଟର୍ଣ୍ଣିଂ ଅଫିସର ଶରତ ଚନ୍ଦ୍ର ଵେହେରା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ରିଟର୍ଣ୍ଣିଂ ଅଫିସର ପ୍ରିୟରଞ୍ଜନ ପୃଷ୍ଟି,ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଗୋପୀନାଥ କୁଅଁର, ଅତିରିକ୍ତ ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ନୀଳମାଧବ ମାଝି, ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ, ଅନ୍ୟାନ୍ୟ ନୋଡାଲ ଅଫିସର ଓ ପର୍ଯ୍ଯବେକ୍ଷକ ଙ୍କ ଲିଆସନିଙ୍ଗ ଅଫିସର ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *