ବିଶ୍ଵ ଶାନ୍ତି ବ୍ରହ୍ମ ଏକାକ୍ଷର ଗୀତା ମହାଯଜ୍ଞର ପୂର୍ଣ୍ଣାହୁତି
. ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଗୁଆଳିପୁର ଗ୍ରାମର ବାର୍ଷିକ ବିଶ୍ଵଶାନ୍ତି ବ୍ରହ୍ମ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରତିଷ୍ଠାତା ଛୁଆ ବାବାଙ୍କ ନେତୃତ୍ବରେ ବାର୍ଷିକ ଭକ୍ତି ମହାଯଜ୍ଞ ର ସମସ୍ତ କାର୍ଯ୍ୟକ୍ରମ ବିଧିବଦ୍ଧ ଭାବେ ସମାପନକରିଛନ୍ତି,ଏଥିରେ ମୁଖ୍ୟ ଅତିଥି ଭାବେ ଆସିଥିବା ହରିଦ୍ଵାର ରୁ ଶ୍ରୀ ମହାନ୍ତ ସଂଜୟ ଗିରି ଏହି ସଭାରେ ସାମିଲ ହୋଇଥିଲେ।ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଆଧ୍ୟାତ୍ମିକ ଚେତନାରେ ଉଦଯାପିତ ହେଲେ ଧର୍ମ ତଥା ସମାଜର ମଙ୍ଗଳ ହେବ।ପ୍ରାୟ ଶତାଧିକ ଶ୍ରଦ୍ଧାଳୁ ଏହି ଯଜ୍ଞ୍ୟରେ ସାମିଲ ହୋଇ ଭିବୁକୃପା ଲାଭ କରିବା ସହିତ ପ୍ରସାଦ ସେବନ କରି ନିଜ ନିଜ ଘରକୁ ଫେରିଥିଲେ।
