ଶେଷ ଦିନରେ ନାମାଙ୍କନ ଭରିଲେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ

-ଶେଷ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ଥିଲା ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ । ପୂର୍ବରୁ ସମସ୍ତ ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ ପ୍ରାର୍ଥୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରି ସାରିଥିବା ବେଳେ ଆଜି ଜଗତସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀ ସାରଦା ପ୍ରସନ୍ନ ଜେନା ତାଙ୍କର ସମର୍ଥକ ମାନଙ୍କ ସହ ଏକ ଶୋଭା ଯାତ୍ରାରେ ଆସି ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିବା ପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ନଳିନୀ କୁମାର ସ୍ୱାଇଁ ଦଳୀୟ ସମର୍ଥକ ମାନଙ୍କ ସହିତ ଆସି ଶକ୍ତି ପଦର୍ଶନ କରିବା ସହିତ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଆସନ୍ତା କାଲି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *