ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କୁ ପ୍ରଶିକ୍ଷଣ

ପୁରୀ ୧୫/୫ ପୁରୀ ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ ନିୟୋଜିତ ହେବାକୁ ଥିବା ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କୁ ଆଜି ଚୁଡାନ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।ବିଶ୍ୱମ୍ଭର ବିଦ୍ୟାପୀଠ ଓ ପୁରୀ ଜିଲ୍ଲା ସ୍କୁଲ ଠାରେ ଆଜି ପୂର୍ବାହ୍ନରେ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା।ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ପୁରୀ ସଦର ତହସିଲଦାର ଅଭିଷେକ ଦାଶ,ପୁରୀ ସଦର ବିଡ଼ିଓ ସମ୍ବିତ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କୁ ତଦାରଖ କରିଥିଲେ।ମାଷ୍ଟର ଟ୍ରେନର ମାନେ ପ୍ରିଜାଇଡିଂ ଓ ସମସ୍ତ ପୁଲିଂ ଅଫିସର ମାନଙ୍କର ଦାୟିତ୍ୱ ସମ୍ପର୍କରେ ବିଷଦ ଭାବେ ଅବଗତ କରାଇଥିଲେ।ପୂର୍ବ ପ୍ରଶିକ୍ଷଣ ରେ ସେମାନଙ୍କୁ ପ୍ରଶିକ୍ଷିତ କରାଯିବା ସହ ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ୱ ନିର୍ବାହ ପାଇଁ ଉଦ୍ଦିଷ୍ଟ ପ୍ରିଜାଇଡିଂ ଅଫିସର ହ୍ୟାଣ୍ଡ ବୁକ ପ୍ରଦାନ କରାଯାଇ ଏହାକୁ ତନ୍ମ ତନ୍ମ କରି ପଢିବାକୁ ପରାମର୍ଶ ଦିଆଯାଇଥିଲା।ଆଜି ସେ ସବୁ ର ଆଲୋଚନା ସହ ଯାହାର କୌଣସି ସନ୍ଦେହ ବା ସଂଶୟ ଥିଲା ତାହାକୁ ସମାଧାନ କରାଯାଇଥିଲା।ସେମାନ ଙ୍କୁ ଇଭିଏମ ପରିଚାଳନା କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା।ନିର୍ବାଚନ ଏକ ସାମୁହିକ କାର୍ଯ୍ୟ।ଟିମ ଗଠନ ହେବା ପରେ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନେ ପରସ୍ପର ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବା ଆବଶ୍ୟକ।ନିର୍ବାଚନ ପରିଚାଳନା ପାଇଁ ଭାରତର ନିର୍ବାଚନ କମିଶନର ମାର୍ଗଦର୍ଶିକା ପ୍ରଣୟନ କରିଛନ୍ତି।ଏହାରି ଆଧାର ରେ ସମନ୍ୱୟ ର ସହ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବାକୁ ବରିଷ୍ଠ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ।ଅପରପକ୍ଷରେ ଯେଉଁ ମାନେ ପୋଷ୍ଟାଲ ଭୋଟ ପାଇଁ ପୂର୍ବରୁ ଆବେଦନ କରିଥିଲେ ସେମାନଙ୍କୁ ମତଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *