ମହେଶ୍ୱରଙ୍କ ଅଧୁରା ସ୍ବପ୍ନ ପୂରଣ ପାଇଁ ନିବେଦନ

୨୪ ଘଣ୍ଟା ଜନତାଙ୍କ ସେବା କରିବି-ସୁନିଲ ପୁରୀ,୧୫/୫- ପୁରୀ ସଦର ଅଞ୍ଚଳରେ ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ କଥା ଓ କାର୍ଯ୍ୟକୁ ମନେ ପକାଉଛନ୍ତି ଜନତା । ମହେଶ୍ୱରଙ୍କ ଅନେକ ସ୍ବପ୍ନ ବିକଶିତ ପୁରୀ ପାଇଁ ଉତ୍ସର୍ଗୀକୃତ ଥିଲା । ପିତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ମୋତେ ଶକ୍ତି ଦିଅ ବୋଲି କହିଛନ୍ତି ସୁନିଲ । ତୀର୍ଥ ପୁଷ୍କରିଣୀ ଓ ପୁରୀ ଚାରିପଟର ରିଙ୍ଗ ରୋଡ କରିବା ଲକ୍ଷ୍ୟ ଥିଲା ମହେଶ୍ବରଙ୍କ । ଫନି ଓ କରୋନା ସମୟରେ ମହେଶ୍ୱରଙ୍କ ଲୋକସେବା ଉଚ୍ଚକୋଟୀର ଥିଲା ।

ନବୀନ ବାବୁଙ୍କ ନୀତି ଆଦର୍ଶ ଓ ଲୋକ ପ୍ରିୟତାକୁ ପାଥେୟ କରି ମୋତେ ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ତାହାକୁ ଜନତା ସାକାର କରିବା ପାଇଁ ନିବେଦନ କରିଥିଲେ । ସାମ୍ବାଦିକଙ୍କ ସହ ଏକ ବନ୍ଧୁମିଳନ କାର୍ଯ୍ଯକ୍ରମରେ ଯୋଗଦେଇ ସୁନିଲ ପିତାଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଗଣ ଓ ଗଣମାଧ୍ୟମ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *