ଶେଷ ଦିନରେ ଆପ୍‌ରୁ ତ୍ରିନୟନ ରଥଙ୍କ ପ୍ରାର୍ଥିପତ୍ର ଦାଖଲ

**ଆମ୍ ଆଦମୀ ପାର୍ଟି ପକ୍ଷରୁ ଚଳିତ ବିଧାନସଭା ନିର୍ବାଚନରେ କୋରେଇ ଆସନ ପାଇଁ ତ୍ରିନୟନ ରଥ ପ୍ରାର୍ଥିପତ୍ର ପତ୍ର ଦାଖଲ କରିଛନ୍ତି | ବହୁ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଶ୍ରୀ ରଥ ତାଙ୍କ ଲକ୍ଷ୍ମୀନଗର ସ୍ଥିତ ବାସଭବନରୁ ବାହାରି ପ୍ରାର୍ଥିପତ୍ର ଦାଖଲ ପାଇଁ ଯାଜପୁର ଯାଇଥିଲେ | ବହୁ ଯୁବକ, ମହିଳା ଓ ଚାଷୀ ସଂଗଠନର କର୍ମକର୍ତ୍ତା ମଧ୍ୟ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ । ଶଙ୍ଖଚିଲାରୁ ବାହାରିଥିବା ଶୋଭାଯାତ୍ରା ଯାଜପୁର ରୋଡ ଓ ପାଣିକୋଇଲି ଦେଇ ଷଠିପୁରରେ ଶେଷ ହୋଇଥିଲା । ଏହି ଅବସରରେ ବହୁ ଯୁବକ ଦଳରେ ସାମିଲ ହୋଇଥିଲେ l ଜିଲ୍ଲା ସଭାପତି ମନୋଜ ମହାନ୍ତି କୋରେଇ ବ୍ଲକ୍ ସଭାପତିଙ୍କ ସମେତ ୩୭ଟି ପଞ୍ଚାୟତର ସଭାପତି ଓ ସମ୍ପାଦକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *