ବିଜେପି ପକ୍ଷ ରୁ ବିଜୟ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇକିଆ, କନ୍ଧମାଳ, ତା 17/5/24କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ଟୀକାବାଲି ଏ ଏମ ସି ଏସ ମହାବିଦ୍ୟାଳୟ ପରିସର ଠାରେ ବିଜେପି ର ବିଜୟ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଆଜି ର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହି ବିଧାୟକ ପ୍ରାର୍ଥୀ ମାନ ଗୋବିନ୍ଦ ପ୍ରଧାନ ମଞ୍ଚସିନ ରହିଥିଲେ। ପାଞ୍ଚ ହଜାର ରୁ ଊର୍ଧ୍ୱ ଜନ ସାଧାରଣ ସମାଗମ ହୋଇଥିବା ଏହି ବିଶାଳ ସଭା ରେ ମାନ୍ୟବର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କଂଗ୍ରେସ ର ଭ୍ରଷ୍ଟାଚାର ଓ ବିଜେଡିର ଏକଛତ୍ରବାଦ ଶାସନ,ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ହତ୍ୟା, ଶ୍ରୀ ମନ୍ଦିର ଭଣ୍ଡାର ଘର ଚାବି ହଜିବା ଘଟଣା ର ତଦନ୍ତ ନ ହେବା ଘଟଣା କୁ ନେଇ ବର୍ଷୀଥିବା ଦେଖିବାକୁ ମିଳିଥିଲା।ଏହି ସାଧାରଣ ନିର୍ବାଚନ ରେ ଡବଲ ଇଂଜିନ ସରକାର ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ମାନ ଗୋବିନ୍ଦ ପ୍ରଧାନ ଙ୍କୁ ବିପୁଳ ମାତ୍ରା ରେ ଭୋଟ ଦେଇ ବିଜୟ କରିବା କୁ ଅନୁରୋଧ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଘୁ. ଉଦୟଗିରି ବିଧାନସଭା ସଂଯୋଜକ ସନ୍ତୋଷ ଲେଙ୍କା, ରାଇକିଆ ବ୍ଲକ ସଭାପତି ନାରାୟଣ ପାତ୍ର, ଟୀକାବାଲି ସଭାପତି ଜିତେନ୍ଦ୍ର ଡାକୁଆ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ରାମ୍ବିସୀ ଦିଗାଲ, ବିଭିନ୍ନ ପଞ୍ଚାୟତ ର ମଣ୍ଡଳ ସଭାପତି ଙ୍କ ସହିତ ବହୁ ବିଜେପି କର୍ମୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *