ଓଁ ଗୁରବେ ନମଃ।

ଓଁ ଗୁରବେ ନମଃ।
ରଜନୀକାନ୍ତ ରଥ, ରାଜନଗର।
ଜନନୀ ଜଠରୁ ଜନମିଲି ଯେବେ
କୋଳେଇ ନେଲା ସେ ମୋତେ
ଦଶମାସ ଦଶଦିନ ଗର୍ଭରେ ଧରି
ଯାତନା ପାଇଛି କେତେ।
ହାତ ଧରି ସେ ଆଗକୁ ନେଇଛି
ପିତାଙ୍କ ସହ ମିଶି।
ଅଳୀ ଓ ଅର୍ଦ୍ଦଳି କେତେ ମୁଁ କରିଛି
ଦୂରେଇ ଦେଇନି କେବେ।
ଆଦ୍ୟ ଗୁରୁ ମୋର ପିତା ମାତା
ତାଙ୍କ ବିନୁ ନାହିଁ ଅନ୍ୟ ଗତି।
ପାଞ୍ଚ ବର୍ଷ ଯାଏ ସୁ ଶିକ୍ଷା ଦେଇ
ଶିକ୍ଷା ଗୁରୁ ପଶେ ନେଲେ।
ଗୁରୁଜୀ ମୋହର ବିଦ୍ୟା ପଢ଼ାଇ
ଏଡ଼େ ବଡ଼ ଟିଏ କଲେ।
ବିଦ୍ୟା ସହିତ ଚରିତ୍ର ଗଠନ ଥିଲା
ତାଙ୍କ ମୂଳ ମନ୍ତ୍ର।
ତାଙ୍କରି ଆଶିଷେ କୁସୁମିତ ମୋର
ହୋଇଛି ଚଲା ପଥ।
ଗୁରୁ ବିନା ନାହିଁ ଅନ୍ୟଗତି
ପିତା ମାତା ମୋର ଶ୍ରେଷ୍ଠ ଗୁରୁ
ସେ ଅଟନ୍ତି ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର ।
ମଥାନତ କରି ମାଗୁଛି ଆଶିଷ
ପିତା ମାତା ଓ ଶିକ୍ଷକଙ୍କର।

Leave a Reply

Your email address will not be published. Required fields are marked *