ଉଦ୍ୟୋଗିକ ଦକ୍ଷତା ବୃଦ୍ଧି ତାଲିମ୍ ଶିବିର
କଳାହାଣ୍ଡି:୮/୦୯: ଉତ୍ତର ବନଖଣ୍ଡ ଅଧିନସ୍ଥ ଭବାନୀପାଟଣା ବନାଞ୍ଚଳ ଅନ୍ତର୍ଗତ କନ୍ଧ ବନ୍ଦୋପାଲା ଗ୍ରାମଠାରେ ( ବୁଧବାର) “ଆମ ଜଙ୍ଗଲ ଯୋଜନା” କାର୍ଯ୍ୟକ୍ରମ ସଂଯୋଗ କର୍ତ୍ତା ମାଧ୍ୟମରେ ତଥା ବନବିଭାଗ ଏବଂ ସହଯୋଗୀ ସଂସ୍ଥା ଗ୍ରାମ୍ୟ ବିକାଶ ସଂଘଠନର ସହାୟତା କ୍ରମେ ସ୍ଥାନୀୟ ତାଲିମ ସଂସ୍ଥା ପକ୍ଷରୁ କନ୍ଧ ବନ୍ଦୋପଲ ବନ ସୁରକ୍ଷା ସମିତିର ୩୧ ଜଣ ସ୍ଵୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ନେଇ ଉଦ୍ୟୋଗିକ ଦକ୍ଷତା ବୃଦ୍ଧି ତାଲିମ୍ ଶିବିର ସେପ୍ଟେମ୍ବର ୨, ୨୦୨୧ ରୁ ସେପ୍ଟେମ୍ବର ୭, ୨୦୨୧ ପର୍ଯ୍ୟନ୍ତ ୬ ଦିନ ଧରି ଆୟୋଜିତ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରବିନ୍ଦ୍ର କୁମାର ସାହୁ, ଏସ ବି ଆଇ ଆର୍ ଏସ ଇ ଟି ଆଇ ର ନିର୍ଦେଶକ ଶ୍ରୀଯୁକ୍ତ ଛବିଳ ଭୋଇ, ମେନେଜର କମଳ କିଶିର ଶତପଥୀ, କୁମାରୀ ଅବିଯିତା,ସଞ୍ଜୟ ମଲିକ୍,ଅଜୟ ନାଏକ,ଉପସ୍ଥିତି ରହିଥିଲେ।
ରିପୋର୍ଟ- ତୁଳମଣି ନାଗ, କଳାହାଣ୍ଡି ।
