ମାଲକାନଗିରି ଜିଲ୍ଲାରେ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ମାଲକାନଗିରି ୭/୯- ଆଧୁନିକ ଜୀବନ ଶୈଳୀ,ମାତ୍ରାଧିକ ପରିମାଣର ଯାନ ବାହାନ , ବେପରୁଆ ମନୋଭାବ ପୋଷଣ କରି ଗାଡି ଚାଳନା ସହ ଅନ୍ୟ କେତେକ ଗୁରୁତର ରାସ୍ତା ନିୟମର ଖୋଲାଖୋଲି ଉଲଘଂନ ଯୋଗୁ ଦିନକୁଦିନ ରାସ୍ତା ଉପର ଗମନା ଗମନ କୁ ଅଧିକ ଦୁର୍ଘଟଣା ପ୍ରବଣ କରିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ମାଲକାନଗିରି ଜିଲ୍ଲା ଡି ଆର ଡି ଏ ସମ୍ମିଳନୀ ପ୍ରକୋଷ୍ଠରେ ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଳ ସିଂ (ଭା ପ୍ର ସେ) ଅଧ୍ୟକ୍ଷତା କରୁଥିବା ବେଳେ, ସର୍ବଶ୍ରୀ ବିରସେନ୍ ପ୍ରଧାନ(ଏ ଡି ଏମ),ରାମେଶ୍ବର ପ୍ରଧାନ (ଉପଜିଲ୍ଲପାଳଙ୍କୁ ତଥା ଏ ମ ଭି ଆଇ),ଏସ ଡି ପି ଓ ଓ ଜିଲ୍ଲା ସ୍ତରୀୟ ଇଞ୍ଜିନିୟରିଂ ଅଧିକାରୀ ମାନେ ଯୋଗ ଦେଇ ଜିଲ୍ଲାରେ ସଡ଼କ ସୁରକ୍ଷା କମିଟି ପକ୍ଷରୁ ବିଶେଷ ଭାବରେ ଆଲୋଚନା କରିବା ସହ ,Solatium Fund Scheme,Good Samaritan policy ଭଳି କିଛି ଅଭିନବ ପ୍ରସ୍ତାବ ଗ୍ରହଣ କରିଥିଲେ।ଏହା ଫଳରେ ସାଧାରଣ ଜନତା ଙ୍କ ମନରେ ଏକ ପରୋପକାରୀ ଭାବନା ଉଦ୍ରେକ ହେବା ସହ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ତୁରନ୍ତ ଆଶୁ ଉପଚାର କରାଯିବା ସମ୍ଭବ ହେଇ ପାରିବ।ଏଥିସହ ଦୁର୍ଘଟଣା ପରବର୍ତ୍ତୀ ଅନୁସନ୍ଧାନ ଓ କ୍ଷତିଗ୍ରସ୍ତଙ୍କ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ। ନିମନ୍ତେ କିଛି ସରଳ ଫର୍ମ ମାନ ପ୍ରସ୍ତୁତ କରାଯାଇଥିଲା।ଆଶା କରାଯାଏ, ସମସ୍ତଙ୍କର ସହଯୋଗିତା ରେ ଆଗାମୀ ଦିନରେ ଏହା ର ସଫଳ ରୂପାୟନ ସମ୍ଭବ ହେଇ ପାରିବ।
