ଦରଦାମ ବୃଦ୍ଧି ବିରୋଧରେ “ଭାରତୀୟ ମଜଦୁର ସଙ୍ଘ” ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଅହେତୁକ ଭାବେ ବୃଦ୍ଧି ପାଇଛି । ଗୋଟିଏ ପଟେ କରୋନା ମହାମାରୀର ପ୍ରକୋପ ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରରେ ଆଉଟୁପାଉଟୁ ହେଉଛନ୍ତି ଗରିବ ଓ ଖଟିଖିଆ ଲୋକ । ତେଣୁ ଦରଦାମ ବୃଦ୍ଧି ବିରୋଧରେ “ଭାରତୀୟ ମଜଦୁର ସଙ୍ଘ” ପକ୍ଷରୁ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ରୋକିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବାରୁ ସଙ୍ଘ ପକ୍ଷରୁ ଉଭୟ ସରକାରଙ୍କୁ ସମାଲୋଚନା କରାଯିବା ସହ ଦରଦାମ ବୃଦ୍ଧି ରୋକିବାରେ ଉଭୟ ସରକାର ଆଗେଇ ଆସିବାକୁ ସଙ୍ଘ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ବେଳେ ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *