ମହାଦେବଙ୍କ ବିଶାଳକାୟ ପ୍ରସ୍ତର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ
ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟବର୍ତ୍ତୀ ଓଡ଼ିଶାର ପ୍ରସିଦ୍ଧ ହରିରାଜପୁର ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ପଶ୍ଚିମା ଶମ୍ଭୁ ସୋମନାଥ ଦେବଙ୍କ ପୀଠସ୍ଥଳ ନିକଟ ଶ୍ମଶାନ ପଡ଼ିଆରେ ରାଜ୍ୟର ସର୍ବୋଚ୍ଚ ମହାଦେବଙ୍କ ପ୍ରସ୍ତର ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଛି l ପ୍ରାୟ ୬୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଯୋଗାସନ ମୁଦ୍ରାରେ ବସିଥିବା ଦେବାଧିଦେବଙ୍କ ପ୍ରତିମୂର୍ତ୍ତି ଖାଣ୍ଡେଲାଇଟ ପ୍ରସ୍ତରରେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ସମ୍ପନ୍ନ ଲାଭ କରିଥିବା ସ୍ଥପତି ଗୁରୁ ରମାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ବିଶାଳକାୟ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ଏନେଇ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଯିବା ପରେ ପ୍ରସ୍ତର ଖୋଦେଇ ଆରମ୍ଭ ହୋଇଥିଲା। ଏହି ନିର୍ମାଣର ବ୍ୟୟ ଅଟକଳ ୪ କୋଟି ରଖାଯାଇଥିବାବେଳେ ଆପତତଃ ତିନି ଚାରି ବର୍ଷ ସମୟସୀମା ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି l ଏହି କାର୍ଯ୍ୟକ୍ରମ ହରିରାଜପୁର ମେଳଣ କମିଟି ସଂଯୋଜକ ପ୍ରସନ୍ନ ମହାରଥୀ ଓ ଗ୍ରାମ୍ୟ କମିଟିର ସହଯୋଗରେ ଆରମ୍ଭ ହୋଇଛି l
