ସ୍ୟାଣ୍ଡଆର୍ଟ
ପବିତ୍ର ଗଣେଶ ପୂଜା ଅଵସରରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି। ପୁରୀ ବେଳାଭୂମିରେ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଦେଇଥିବା ବେଳେ ପ୍ରାୟ ସାତ ହଜାରରୁ ଅଧିକ କଉଡ଼ି , ଶଙ୍ଖ ଆଦି ଏହି ବାଲୁକା ଚିତ୍ରକଳାରେ ବ୍ୟବହାର କରିଛନ୍ତି । କୋଭିଡ ମହାମାରୀରେ ସାରା ବିଶ୍ୱବାସୀଙ୍କୁ ପ୍ରଭୁ ଗଜାନନ ରକ୍ଷା କରିବା ସହ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
