ଗାଡି ମାଲିକ ଙ୍କ ବିରୁଦ୍ଧରେ ଗିରଫ ପରୱାନା

ପୁରୀ ୨୧/୫ନିର୍ବାଚନ କାର୍ଯ୍ୟରେ ନିର୍ଦ୍ଦେଶ ଅବମାନନା କରିଥିବା ଯୋଗୁଁ ଗାଡି ମାଲିକମାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି।ଚଳିତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପାଇଁ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ନିର୍ଦ୍ଦେଶ ମୁତାବକ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ କେତେକ ଗାଡି ମାଲିକଙ୍କ ଉଦ୍ଦେଶ୍ୟରେ ରେକୁଜିସନ୍ ଦେଇଥିଲେ।

କିନ୍ତୁ ନିର୍ଦ୍ଦେଶ ଅବମାନନା କରି ନିର୍ଦ୍ଦିଷ୍ଟ ନଅ ଗୋଟି ଇନୋଭା ଗାଡି ମାଲିକ ସେମାନଙ୍କ ଗାଡି ନିର୍ଦ୍ଧାରିତ ତାରିଖ, ସମୟ ଏବଂ ସ୍ଥାନରେ ଦାଖଲ କରିନଥିଲେ। ଏହି ବିଷୟ ଜିଲ୍ଲାପାଳଙ୍କ ନଜରକୁ ଆଣିବା ପରେ ପୁରୀ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଆଇନ ଅନୁଯାୟୀ ସେହି ନଅ ଜଣ ଗାଡି ମାଲିକଙ୍କ ବିରୋଧରେ ଗିରଫ ପରୱାନା ଜାରି କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆରଟିଓ ରବିନ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *