ଅସ୍ତରଙ୍ଗରେ ବିଜେପିର ଜୋରଦାର ପ୍ରଚାର ଆରମ୍ଭ

କାକଟପୁର,୨୧.୦୫ – , ବିଜେଡିକୁ ହରାଇବା ପାଇଁ ବାଇଧରଙ୍କ ସାରଥୀ ସାଜିଛନ୍ତି ସୁର ଓ ଦିବାକର।ଆଙ୍କର – ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମଙ୍ଗଳବାର ପୂର୍ବାହ୍ନରେ ଅସ୍ତରଙ୍ଗରେ ବିଜେପିର ଜୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଛି। ଶାସକ ଦଳ ବିଜେଡିକୁ ହରାଇବା ପାଇଁ ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକଙ୍କ ସାରଥୀ ସାଜିଛନ୍ତି ସୁର ସେଠୀ ଓ ଦିବାକର ଛାଟୋଇ। ଅସ୍ତରଙ୍ଗ ବ୍ଳକ୍ ୨ନମ୍ବର୍ ଜିଲ୍ଲାପରିଷଦ ଜୋନରୁ ବିଜେପିର ନିର୍ବାଚନୀ ପ୍ରଚାର ଶୁଭାରମ୍ଭ ହୋଇଛି। ଅସ୍ତରଙ୍ଗ ବଜାରରୁ ବାଇକ ଶୋଭାଯାତ୍ରାରେ ପ୍ରାର୍ଥୀ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ବରିଷ୍ଠ ନେତା ଦିବାକର ଛାଟୋଇ ଙ୍କ ନେତୃତ୍ୱରେ ବିଭିନ୍ନ ଗ୍ରାମରେ ଶୋଭାଯାତ୍ରା ବୁଲି ବିଜେପିକୁ ଭୋଟ ଦେବାକୁ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି। ବିଜେଡିର ପରିବାର ବାଦ ଶାସନ ଓ ଅପାରଗ ବିଧାୟକଙ୍କୁ ହଟାଇବା ପାଇଁ ବିଜେଡିରୁ ଆସି ବିଜେପିରେ ସ୍ଵେଚ୍ଛାକୃତ ଭାବେ ହଜାର ହଜାର କର୍ମୀ ମିଶି ବିଜେଡିକୁ ହରାଇବା ପାଇଁ ଶପଥ ନେଇଛନ୍ତି। ଏହି ପ୍ରଚାର ପ୍ରସାର ସମୟରେ ୧୦୦୦ରୁ ଉର୍ଦ୍ଧ୍ବ କର୍ମୀ ବାଇକ ଶୋଭାଯାତ୍ରାରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *