ପୁରୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ ୯୨୧୮୧୪ ଭୋଟର
ପୁରୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ ୯୨୧୮୧୪ ଭୋଟର ପୁରୁଷ ଭୋଟର ୪୭୩୧୩୩ମହିଳା ଭୋଟର ୪୪୮୬୦୮ପୁରୀ ୨୪/୫ ୧୭-ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ୧୦୭- ପୁରୀ, ୧୦୮- ବ୍ରହ୍ମଗିରି ,୧୦୯-ସତ୍ୟବାଦୀ ଓ ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ମଇ ୨୫ ତାରିଖ ସକାଳ ୭ ଘଟିକା ରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ କରାଯାଇଛି।ଚଳିତ ନିର୍ବାଚନ ରେ ଜିଲ୍ଲାର ଏହି ୪ ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ର ମୋଟ ୧୦୩୮ ଟି ବୁଥରେ ୯୨୧୮୧୪ ଜଣ ଭୋଟର ମତଦାନ କରିବେ।ସେଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୪୭୩୧୩୩,ମହିଳା ଭୋଟର ଙ୍କ ସଂଖ୍ୟା ୪୪୮୬୦୮ ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୭୩ । ୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୩୯ ବୁଥରେ ୨୪୦୦୭୮ଭୋଟରଙ୍କ ମଧ୍ୟରେ ପୁରୁଷ ୧୨୨୬୬୦, ମହିଳା ୧୧୭୩୭୧, ଓ ଅନ୍ୟାନ୍ୟ ୪୭ ଭୋଟର,୧୦୮ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୧ ବୁଥ ମାଧ୍ୟମରେ ୨୨୮୮୪୨ ଭୋଟର ମଧ୍ୟରୁ ୧୧୭୫୦୧ ପୁରୁଷ,୧୧୧୩୨୯ ମହିଳା ଓ ୧୨ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ୧୦୯ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୫୪ ବୁଥରେ ୨୧୪୯୩୨ ମୋଟ ଭୋଟର ଥିବା ବେଳେ ୧୧୦୯୦୪ ପୁରୁଷ,୧୦୪୦୨୦ ମହିଳା ଓ ୮ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି।୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୪ ବୁଥ ମାଧ୍ୟମରେ ୨୩୭୯୬୨ ଜଣ ମତଦାତା ଙ୍କ ମଧ୍ୟରୁ ୧୨୨୦୬୮ ପୁରୁଷ, ୧୧୫୮୮୮ ମହିଳା ଓ ୬ ଜଣ ଅନ୍ୟାନ୍ୟ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ।ଇତି ମଧ୍ୟରେ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନ ଙ୍କୁ ଆଜି ଭୋଟ ପାଇଁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇ ସେମାନ ଙ୍କୁ ସେମାନଙ୍କ ମତଦାନ କେନ୍ଦ୍ର କୁ ପଠାଯାଇଛି।ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଡିସପରସାଲ କେନ୍ଦ୍ର ହୋଇଥିବା ବେଳେ ପୁରୀ ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ଡିସପରସାଲ କେନ୍ଦ୍ର କରାଯାଇଥିଲା।ଜିଲ୍ଲା ନିର୍ବାଚନ ଅଧିକାରୀ,ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲା ପରିଷଦର ସିଡିଓ ତଥା ଇଓ ପ୍ରିୟରଞ୍ଜନ ପୃଷ୍ଟି,ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ,ପର୍ଯ୍ଯବେକ୍ଷକ ମାନେ ମଧ୍ୟ ଜିଲ୍ଲାରେ ରହି ସମସ୍ତ କାର୍ଯ୍ୟ ର ପର୍ଯ୍ୟାଲୋଚନା ଓ ତଦାରଖ ଜାରି ରଖିଛନ୍ତି।ଏସ ପି ପିନାକ ମିଶ୍ର ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି।ନିର୍ବାଚନ ଗଣତନ୍ତ୍ରର ମହାପର୍ବ।ତେଣୁ ଏଥିରେ ସାମିଲ ହୋଇ ସମସ୍ତ ମତଦାତା ମତଦାନ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁରୋଧ କରିଛନ୍ତି।
