ସାନଖେମୁଣ୍ଡିରେ ପାନୀୟ ଜଳ ଯନ୍ତ୍ରଣା

ସାନଖେମୁଣ୍ଡିରେ ପାନୀୟ ଜଳ ଯନ୍ତ୍ରଣା ; ରାଜରାସ୍ତାରେ ବିକ୍ଷୋଭ ସାନଖେମୁଣ୍ଡି :-୨୪/୦୫ ଗ୍ରୀଷ୍ମଋତୁରେ ଗଞ୍ଜାମ ଜିଲ୍ଲାରେ ପାଣି ପାଇଁ ସମସ୍ୟା ଲାଗିରହିଥିବା ଦେଖିବାକୁ ମିଳିଛି। ପାଣି ଟୋପାଏ ପାଇଁ ସାଧାରଣ ଜନତା ସବୁଠାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାପାଇଁ ମିଳୁଛି। ସୂଚନା ଅନୁଯାୟୀ ଗତ ବୁଧବାର ଦିନ ପିଇବା ପାଇଁ ପାଣି ନଥିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ରତନପୁର ଗ୍ରାମରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଦୀର୍ଘ ସମୟ ଧରି ସମସ୍ୟା ଲାଗିରହିଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ୟାର ସମାଧାନ ହୋଇଥିଲା। ଆଜି ଅର୍ଥାତ ବୁଧବାର ଦିନ ପୁଣି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମରେ ପାଣି ର ସମସ୍ୟା ପାଇଁ ରାଜରାସ୍ତାରେ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଥିଲା। ସୂଚନା ପ୍ରକାରେ ପାନୀୟ ଜଳ ଯନ୍ତ୍ରଣା ସହ୍ୟ ନ କରିପାରି ଶୁକ୍ରବାର ଦିନ ସାନଖେମୁଣ୍ଡି ବ୍ଳକ ରାଧାଦେଇପୁର ଗ୍ରାମବାସୀ ପାଟପୁର ସ୍ଥିତ ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯାହାକୁ ନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ଦିଗପହଣ୍ଡି – ଆସିକା ମୁଖ୍ୟ ରାସ୍ତା ତଥା ୩୨୬ ନଂ ଜାତୀୟ ରାଜପଥରେ ହାଣ୍ଡି ମାଠିଆ ଧରି ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଖବରମୁତାବକ ଦୀର୍ଘ ଦିନ ଧରି ଗ୍ରାମରେ ପାନୀୟ ଜଳର ସମସ୍ୟା ରହିଥିଲେ ମଧ୍ୟ ଗ୍ରାମବାସୀ ମାନେ ପିଇବା ନିମନ୍ତେ ଜଳ କଷ୍ଟ ଭିତରେ ରହି ଆସୁଛନ୍ତି ।ଅନ୍ୟପକ୍ଷରେ ସୂର୍ଯ୍ୟ ଦେବତାଙ୍କ ପ୍ରଚଣ୍ଡ ରୌଦ୍ର ତାପରେ ଗ୍ରାମ କୂଅ , ନଦୀ , ପୋଖରୀ ଶୁଖି ଯାଇଥିବା ଜଣାପଡିଛି । ଏନେଇ ଗ୍ରାମର ୪ ଟି ସାହିର ଶତାଧିକ ପରିବାର ସଦସ୍ୟ ମାନେ ପାନୀୟ ଜଳର କଷ୍ଟ ଭୋଗି ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ କାର୍ଯ୍ୟାଳୟରେ ସମସ୍ୟାର ସମାଧାନ ନେଇ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାଫଳରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ରାଜରାସ୍ତାକୁ ଓହ୍ଲାଇବା ନିମନ୍ତେ ବାଧ୍ୟ ହୋଇଥିଲେ । ଏପରିକି ମହିଳା ମାନେ ହାଣ୍ଡି ମାଠିଆ ଧରି ରାସ୍ତାରେ ଆନ୍ଦୋଳନ କରିଥିଲେ । ଘଟଣାପରେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ , ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର , ବିଭାଗୀୟ ଯନ୍ତ୍ରୀ ଉପମା ଘଡେଇ , ସ୍ଥାନୀୟ ସରପଞ୍ଚ ଡି . ରାକେଶ ପାତ୍ର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଗତକାଲି ଠାରୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ ଏବଂ ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ନେଇ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା ।

Leave a Reply

Your email address will not be published. Required fields are marked *