ପାଣି ପାଇଁ ରାସ୍ତା ଅବରୋଧ
ଝରୀଗାଁ ରେ ଜଳକଷ୍ଟ, ଜଳକଷ୍ଟ କୁ ନେଇ ଅତିଷ୍ଟ ଗ୍ରାମବାସୀ, କାହାକୁ କହିଲେ କେହି ବୁଝୁନାହାନ୍ତି, ସମସ୍ୟା ଏତେ ବଢିଗଲାଯେ ଶେଷରେ ଗରା ମାଠିଆ ରାସ୍ତା ରେ ରଖି ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ ଗ୍ରାମର ମହିଳା ମାନେ, ଝରୀଗାଁ ଯେଉଁଠି ଦୀର୍ଘଦିନ ଧରି ଲୋକଙ୍କୁ ସତଉଛି ଜଳାଭାବ, ଡହ ଡହ ଖରାରେ ପାଣି ପାଇଁ ନାହିଁ ନଥିବା ସମସ୍ୟା ଏବେ ବସୁଧା ଯୋଜନାର ଘର ଘରକୁ ବିଶୁଦ୍ଧ ପାଣି ଯୋଗାଣ ର ପୋଲ ଖୋଲିଦେଇଛି, ଆଜକୁ ଚାରିବର୍ଷ ହେବ ଚାଲିଛି କାମ ହେଲେ ଏଯାବତ କାମ ସରିନି ଏଭଳି ଅନେକ ପରିବାର ପାଣି ଆଦୌ ପାଇପାରୁନଥିବା ବେଳେ ଯାହାକୁ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ, ଦିନେ ଛାଡି ଦିନେ ଅଧ ଘଣ୍ଟା ଛଡାଯାଉଛି ପାଣି ତାହାର ମଧ୍ୟ ଠିକଣା ନାହିଁ, ଛୁଆ ପିଲା ଠାରୁ ବୃଦ୍ଧ ବୃଦ୍ଧା ଏହି ଜଳସଙ୍କଟ ର ଶିକାର ହେଉଛନ୍ତି, ଏପଟେ ଦୀର୍ଘ ଦିନ ହେବ କାମ ମନ୍ଥର ଗତିରେ ଚାଲିଥିବା ବେଳେ ନିର୍ବାଚନ ଭେଳିକି ରେ ନଡ଼ିଆ ଭାଙ୍ଗି ରିବନ କାଟିଦେଲେ ନେତା ହେଲେ ଏବେ ଲୋକଙ୍କ ପାଣି ସମସ୍ୟା କେହି ବୁଝୁ ନାହାନ୍ତି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି, ନବରଙ୍ଗପୁର ଜିଲ୍ଲା ଝରୀଗାଁ ର ଶତାଧିକ ମହିଳା ଝରୀଗାଁ ଥାନା ନିକଟରେ ଗରା ମାଠିଆ ଧରି ପ୍ରତିବାଦ ଜଣେଇ ରାସ୍ତା ଅବରୋଧ କରିଥିଲେ, ଏବଂ ପାଣି ସମସ୍ୟାର ସମାଧାନ ଲାଗି ଅଡ଼ି ବସିଥିଲେ ତେବେ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ଆସନ୍ତା କାଲିଠାରୁ ନିୟମିତ ପାଣି ଛଡ଼ାଯିବାର ପ୍ରତିଶୃତି ଦେବା ପରେ ମହିଳା ମାନେ ଧାରଣରୁ ଉଠିଥିଲେ!
