ବ୍ୟାସନଗର ପୈାରପରିଷଦରେ ସନ୍ଧ୍ୟାରାଣୀଙ୍କ ନିର୍ବାଚନୀ ସଭା

କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ପୈାରପରିଷଦର ଓ୍ବାର୍ଡ ନମ୍ବର -୧୧ ରରେ ସ୍ବାଗତ ସମ୍ବର୍ଦ୍ଧନା ଓ କର୍ମୀସମ୍ମିଳନୀ କାର୍ଯ୍ୟକ୍ରମରେ କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କ ସାନପୁଅ ଭବ ପ୍ରସାଦ ଦାସ ଯୋଗଦେଇ ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସହିତ ଓ୍ବାର୍ଡର ଉନ୍ନତି ଓ ଚାନ୍ଦମା ଖେଳ ପଡିଆକୁ ଏକ ସୁନ୍ଦର ମିନି ଷ୍ଟାଡିୟମ୍ ବନାଇବାକୁ କଥା ଦେଇଥିଲେ l ସେହିପରି ଓ୍ବାର୍ଡ ନମ୍ବର -୧୮ ରରେ ମଧ୍ୟ ସମ୍ବର୍ଦ୍ଧନା ସଭା ଓ କର୍ମୀସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟଅତିଥି ଭାବେ ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ଓ୍ବାର୍ଡ ଓ ବ୍ୟାସନଗର ପୈାରାଅଂଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବା ଲାଗି ପ୍ରତିଶ୍ରୁତି ଦେବା ସହ ବିଜେଡି ଲୋକସଭା ଓ ବିଧାନସଭା ପ୍ରାର୍ଥନୀଙ୍କୁ ଆଶ୍ରୀର୍ବାଦ କରି ବିପୁଳ ପରିମାଣର ଭୋଟ ଦେଇ ବଡ଼ ବ୍ୟବଧାନରେ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ l

Leave a Reply

Your email address will not be published. Required fields are marked *