ନିମାପଡା ରାତି ଅଧରେ ଚାଲିଛି ରାସ୍ତାକାମ.
ନିମାପଡା ରାତି ଅଧରେ ଚାଲିଛି ରାସ୍ତା କାମ ଅନ୍ଧାରୀ ବିଜେରେ ସମ୍ପୂକ୍ତ ଠିକାଦାର. ଏ କଥା ଆମେ କହୁ ନାହୁଁ ବରଂ ଏ ଦୃଶ୍ୟ ବୟାନ କରୁଛି.ଏ ଦୃଶ୍ୟ ହେଉଛି ନିମାପଡା ଏନସିର 11 ନମ୍ବର ୱାର୍ଡର. ସୂଚନା ଅନୁଯାଇ ନିମାପଡା ଏନସି ଅନ୍ତର୍ଗତ 11 ନମ୍ବର ୱାର୍ଡର ଗୁହାଳପଡା ଜେଲ ରୋଡ଼ର ରାସ୍ତା କାମ କରା ଯାଉଛି.ନିମାପଡା ପୂର୍ତ୍ତ ବିଭାଗ ଅଧିନରେ ଏହି ରାସ୍ତା କାମ କରା ଯାଉଛି. ଏହି ରାସ୍ତା କାମ କେତେ ଟଙ୍କା ବ୍ୟୟରେ କରା ଯାଉଛି ତାହାର ସୂଚନା ଫଳକ ମଧ୍ୟ ମରା ଯାଇ ନାହିଁ. ସବୁଠାରୁ ବଡ଼ କଥା ହେଲା ବର୍ଷେ ପୂର୍ବରୁ ମଧ୍ୟ ଏହି ରାସ୍ତାରେ ପିଚୁ ପକା ଯାଇଥିଲା.

ସେହି ପିଚୁ ଉପରେ ଏବେ ରାତି ଅଧରେ ଅନ୍ଧାରରେ ପିଚୁ ପକା ଯାଉଛି. ଅନ୍ଧାରରେ କରା ଯାଉଥିବା ଏହି କାର୍ଯ୍ୟ କେତେ ନିମ୍ନ ମାନର ହୋଇଥିବ ତାହା ତଦନ୍ତ ସାପେକ୍ଷ. ଏହି ରାସ୍ତାର ଦୀର୍ଘ ସ୍ଥାୟୀତ୍ୱକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ତଦାରଖ କରୁଥିବା ସମ୍ପୂକ୍ତ ଯନ୍ତ୍ରୀ ନୀରବଦ୍ରଷ୍ଟା ସାଜି ବସିଛନ୍ତି. ଠିକାଦାର ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ହୋଇଥିବା ଏହି କାମ କେତେ ମଜବୁତ. ଉପରିସ୍ତ ପୂର୍ତ୍ତ ବିଭାଗ ଅଧିକାରୀ ତଦନ୍ତ କଲେ ଜଣା ପଡିବ.ନିୟମ ଅନୁସାରେ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ଉପସ୍ଥିତିରେ ରାସ୍ତା କାମ କରାଯିଵା କଥା. ସମ୍ପୂକ୍ତ ଯନ୍ତ୍ରୀ ରାତି ଦୁଇଟାରେ ସେଠାରେ ଉପସ୍ଥିତ ନ ଥିବା ବେଳେ ରାତିରେ କାମ କରିବା ପାଇଁ କଣ ଠିକାଦାରଙ୍କୁ କହିଥିଲେ. ଏ ନେଇ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ପଚାରି ବାରେ ସେ କହୁଛନ୍ତି କଣ ହୋଇଛି ଦେଖିଵା.ତେବେ ରାତିର ଅନ୍ଧାରରେ କିପରି ଏହି ରାସ୍ତା କାର୍ଯ୍ୟ କରାଗଲା ପୁରୀ ପୂର୍ତ୍ତ ବିଭାଗ ଅଧିକାରୀ ଜିଲ୍ଲାପାଳ ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି
