ପୂଜ୍ୟ ପୂଜା ସମିତି ପକ୍ଷରୁ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ସ୍ମୃତି ସଭା

**ବ୍ରହ୍ମପୁର, ତା.୨୫.୫.୨୦୨୪ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ସ୍ୱତନ୍ତ୍ର ଓଡିଶାର ନିର୍ମାତା ତଥା ଓଡ଼ିଆ ସ୍ୱାଭିମାନର ପ୍ରତିକ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ୫୦ତମ ତିରୋଧାନ ଦିବସକୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ଏହି ଅବସରରେ ଏମକେସିଜି ମେଡିକାଲ କଲେଜ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମିତି ସମ୍ପାଦକ ଏସ. ସାମ୍ବଶିବା ରାଓଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦେଶ ମିଶ୍ରଣ ଆନ୍ଦୋଳନ ସ୍ୱତନ୍ତ୍ର ଓଡିଶା ନିର୍ମାଣରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା l ଉତ୍କଳ ସମ୍ମିଳନୀର ନେତୃତ୍ୱ ନେଇ ଓଡ଼ିଆଙ୍କ ସମସ୍ୟା ଓ ଦାବିକୁ ଯୁକ୍ତିଯୁକ୍ତ ଭାବେ ଉପସ୍ଥାପନ କରିବାସହ ସ୍ୱତନ୍ତ୍ର ପ୍ରଦେଶ ଗଠନ ପରେ ଦୁଇଥର ପ୍ରଧାନ ମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ପାଦନ କରି ବହୁ ଗୁରୁତ୍ୱପୂର୍ଣ ପ୍ରତିଷ୍ଠାନ ମହାରାଜା ଗଜପତି ପ୍ରତିଷ୍ଠା କରିଥିଲେ l ତାଙ୍କର ଉଲ୍ଲେଖନୀୟ ଭୂମିକା ଯୋଗୁଁ ଓଡିଶାର ସୁନାମ ଜାତୀୟ ସ୍ତରରେ ବୃଦ୍ଧି ପାଇଥିଲା l ଓଡ଼ିଆ ଭାଷା, ଜାତି, ଅଂଚଳ ପାଇଁ ତାଙ୍କ ଅବଦାନ ଚିର ସ୍ମରଣୀୟ l ଆଜିର ସଭାରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର,ଡା. ରାଜେନ୍ଦ୍ର କୁମାର ତ୍ରିପାଠୀ,ସୁରେନ୍ଦ୍ର ନାଥ ପଣ୍ଡା,ରାମଚନ୍ଦ୍ର ସାହାଣୀ,ଜଟେଶ୍ୱର ସାବତ, ପି, ଶଙ୍କର ରାଓ,ନୀଳାଦ୍ରି ଭୂଷଣ ନାୟକ,କାହ୍ନୁ ଚରଣ ପାତ୍ର, ଜୟକୃଷ୍ଣ ନାୟକ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ରଂଜିତ କୁମାର ସାମନ୍ତରାୟ, ଅଶୋକ ଦଳାଇ,ରମେଶ ପ୍ରସାଦ ଦାଶ, କବିରାଜ ସାହୁ, ସଦାନନ୍ଦ ବେହେରା,ପ୍ରଶାନ୍ତ କୁମାର ପଣ୍ଡା,ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *