ଓଡ଼ିଶା ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି
ଗାୟତ୍ରୀ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ରାୟଗଡା ର ଏ(୧) ରେ ୪ଜଣ ରାୟଗଡ଼ା ତା ୨୬-୦୫-୨୪ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି ।

ରାୟଗଡା ପୌର ପରିଷଦ ଅନ୍ତର୍ଗତ ଗାୟତ୍ରୀ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ବେଳେ ୪ଜଣ ଛାତ୍ର ୯୦ପ୍ରତିଶତରୁ ଅଧିକନମ୍ୱର ରଖି ଶିଶୁ ବିଦ୍ୟା ମନ୍ଦିର ପାଇଁ ଗୌରବ ଆଣିଛନ୍ତି ।

ଏହି ବିଦ୍ୟାଳୟର ୬୨ଜଣ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବାବେଳେ ବିରୁପାକ୍ଷ ସାହୁ, ସାଇ ସମ୍ଭବ ରାଉତ, ଦେବାଶିଷ ରଥ, ଶୁଭଶ୍ରୀ ଚୌଧୁରୀ ଏ (୧) ସ୍ଥାନ ଅଧିକାର କରି ବିଦ୍ୟା ମନ୍ଦିର ପାଇଁ ଗୌରବ ଆଣିଛନ୍ତି । ଏ (୨) ସ୍ଥାନରେ ୩ଜଣ ରହିଛନ୍ତି ।

ଏହି ଅବସରରେ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁଧିର କୁମାର ନେଗି ଓ ପରିଚାଳନା କମିଟିର ସମ୍ପାଦକ ଡାକ୍ତର ସୁନୀଲ କୁମାର ମହାପାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା
