ସେକ୍ଟର ଅଫିସର ଅମରେନ୍ଦ୍ରଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ଓ ମହମବତୀ ଶୋଭାଯାତ୍ରା
ଡେଲାଙ୍ଗ,ଧାନକେରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗୁଡୁପାଇଲୋର ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର ପ୍ରଧାନଙ୍କ ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ରେ ସେକ୍ଟର ଅଫିସର ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କର ଆକସ୍ମିକ ମୃତ୍ୟୁ ରେ ସମଗ୍ର ଡେଲାଙ୍ଗ ମଣ୍ଡଳର ଶିକ୍ଷକ ସମାଜ ସ୍ତବ୍ଧ ହୋଇଯାଇଛନ୍ତି। ସ୍ୱର୍ଗତଃ ପ୍ରଧାନଙ୍କ ଅମର ଆତ୍ମାର ସଦ୍ଗତି ଉଦ୍ଦେଶ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡୁପାଇଲୋର ସମସ୍ତ କର୍ମଚାରୀ ଓ ଗ୍ରାମବାସୀଙ୍କ ସହଯୋଗରେ ଏକ ମହମବତୀ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା।ଇତି ଅବସରରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦିଲ୍ଲୀପ ପ୍ରଧାନ, ସହକାରୀ ଶିକ୍ଷକ ବିନୟ ପ୍ରଧାନ, ସର୍ବେଶ୍ଵର ପ୍ରଧାନ,ସୁନିଲ ମୁର୍ମୁ ଙ୍କ ସହିତ ଗ୍ରାମର ବରିଷ୍ଠ ଆଇନଜୀବୀ ରସାନ୍ତ ପରିଡା,ପ୍ରଭାକର ପ୍ରଧାନ,ନରେଶ ପ୍ରଧାନ,ଦୀପକ ପରିଡା, ଧର୍ମେନ୍ଦ୍ର କୂଅଁର, ପ୍ରସନ୍ନ ପ୍ରଧାନ, ହରେକୃଷ୍ଣ ପ୍ରଧାନ, ବିମ୍ବାଧର ପ୍ରଧାନ ଏବଂ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀ ,ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ସମେତ ଗ୍ରାମର ଅନ୍ୟାନ୍ୟ ଯୁବପିଢି ଓ ବୁଦ୍ଧିଜୀବିମାନେ ଯୋଗଦେଇ ବିଦ୍ୟାଳୟ ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରା ଆରମ୍ଭ କରି ସମଗ୍ର ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମର ମଧ୍ୟଭାଗରେ ଅବସ୍ଥାନ କରିଥିବା ଗ୍ରାମର ଇଷ୍ଟଦେବତା ଭାଗବତ ବାସୁଦେବଙ୍କ ପ୍ରାଙ୍ଗଣରେ ସମୂହବତୀ ସ୍ଥାପନ କରି ଅମର ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ସର୍ବଶେଷରେ ସମସ୍ତଙ୍କ ସହଯୋଗ ପାଇଁ ଶିକ୍ଷକ ତଥା ପ୍ରବାଚକ ସୁଧୀର କୁମାର ଜେନା ସାଧୁବାଦ ଅର୍ପଣ କରିଥିଲେ।
