କାକଟପୁର ରେ ବିଜୟ ବିକଳ୍ପ ସମାବେଶ

କାକଟପୁର ରେ ବିଜୟ ବିକଳ୍ପ ସମାବେଶ ଓଡ଼ିଶା ରେ ଡବଲ ଇଂଜିନ ସରକାର ଗଢିବା ପାଇଁ ଆହ୍ୱାନ ଦେଲେ ହେମନ୍ତ ବିଶ୍ୱଶର୍ମା l ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କୁ ଆଉ ଦିନ କେଇଟା ବାକି ଥିବାବେଳେ ତିନି ଦଳ ର ପ୍ରାର୍ଥୀ ମାନେ ନିଜ ନିଜ ର ପତିଆରା ଜାହିର କରି ଭୋଟର ମାନଙ୍କ ମନ ଜିଣିବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଥିବାବେଳେ, କାକଟପୁର ବିଜେପି କୁ ସଶକ୍ତ କରିବାପାଇଁ ସ୍ଥାନୀୟ ବ୍ଲକ ପଡିଆରେ ବିଶାଳ ସମାବେଶ ରେ ଯୋଗ ଦେଇଛନ୍ତି ବିଜେପି ର ଷ୍ଟାର ପ୍ରଚାରକ ଆସାମ ର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା l ଏହି ସମାବେଶ ରେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଉପସ୍ଥିତ ରହି ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଦେବା ସହିତ ଓଡିଶା ରେ ଯେଉଁ ପରିବର୍ତ୍ତନ ର ହାୱା ଚାଲିଛି ତାକୁ ସଫଳ କରି ମୋଦି ଙ୍କ ବିକାଶ ଧାରାରେ ଓଡିଶା କୁ ସାମିଲ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ l ଓଡିଶା ରେ ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନା ରେ ପ୍ରତ୍ୟୋକ ମହିଳାଙ୍କୁ ପଚାଶ ହଜାର ଟଙ୍କା ର ଭାଉଚର ପ୍ରଦାନ କରିବା ସହ ବାର୍ଦ୍ଧକ୍ୟ ଭତା କୁ ଏକ ହଜାର ରୁ ତିନି ହଜାର ଟଙ୍କା କୁ ବୃଦ୍ଧି, ଧାନ ର ସହାୟକ ମୂଲ୍ୟ ବୃଦ୍ଧି, ଶ୍ରୀମନ୍ଦିର ର ଚାରିଦ୍ୱାର ଖୋଲା, ରତ୍ନ ଭଣ୍ଡାର ଚାବି ର ତଦନ୍ତ ଆଦି ର ଇସ୍ତାହାର କୁ ଜନସାଧାରଣ ଙ୍କୁ କହିବା ସହ ଏହା ମୋଦି ଙ୍କ ଗ୍ୟାରେଣ୍ଟି ବୋଲି ପ୍ରକାଶ କରିଥିଲେ l ଚବିଶ ବର୍ଷ ର ବିଜେଡି ର କୁଶାସନ ଓଡିଶା କୁ ଦଶ ବର୍ଷ ପଛକୁ ନେଇଯାଇଛି ବୋଲି କହିଵା ସହିତ ଓଡିଶା ରେ 5t କୁ ତାମିଲ ଶାସନ କହି କଟାକ୍ଷ କରିଥିଲେ lBytes

Leave a Reply

Your email address will not be published. Required fields are marked *