ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଅଧାରୁ ଅଧିକ ଫେଲ ୨୩୦ ରୁ ୧୧୮ ଫେଲ

ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଅଧାରୁ ଅଧିକ ଫେଲ ୨୩୦ ରୁ ୧୧୮ ଫେଲ, ସର୍ବନିମ୍ନ ମୋଟ ମାର୍କ ୧୦ ସୋରଡା- ୨୭/୦୫/୨୪ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳ ରେ ଥିବା ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୪୦ ବର୍ଷର ପୁରୁଣା ହେଲେ ମଧ୍ୟ ପାସ ହର କମିବାରେ ଲାଗିଛି ଓଡିଶା ରେ ଆଜି ୧୦ମ ଶ୍ରେଣୀ ସମେତ ଯୁକ୍ତ ଦୁଇ ର ମଧ୍ୟ ଫଳାଫଳ ବାହାରିଛି। ସୋରଡା ରେ ଥିବା ୪୦ ବର୍ଷ ରୁ ଉର୍ଦ୍ଧ ସର୍ବ ପୁରାତନ କଲେଜ ପୁଣିଥରେ ଫଳାଫଳରେ ନିରାଶ କରିଛି। ଯୁକ୍ତ ଦୁଇ ରେ ଏହି ମାଧ୍ୟମିକ ବିଦ୍ୟାଳୟ ବର୍ତମାନ ନିରାଶ ଜନକ ଫଳାଫଳ ନେଇ ଅଞ୍ଚଳବାସୀ ଙ୍କୁ ନିରାଶ କରିଛି। କଳା ବିଭାଗ ରେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମୋଟ ରେଗୁଲାର ରେ ୨୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୧୮ ଜଣ ଫେଲ ହୋଇଛନ୍ତି। ଅର୍ଥାତ ଅଧାରୁ ଅଧିକ ଫେଲ। ଫେଲ ଛାତ୍ରଛାତ୍ରୀ ଙ୍କ ମଧ୍ୟ ରେ ସର୍ବନିମ୍ନ ମୋଟ ମର୍କ ୧୦ ରହିଛି, ସେହିପରି ସର୍ବନିମ୍ନ ମୋଟ ମର୍କ ୧୦୦ ରୁ କମ ରଖିଥିବା ବିଦ୍ୟାର୍ଥୀ ମାନଙ୍କ ମଧ୍ୟ ରେ ୬୦ ଜଣ ରହିଥିବା ବେଳେ ସର୍ବନିମ୍ନ ମୋଟ ମାର୍କ ୫୦ ରୁ କମ ମଧ୍ୟ ରେ ୯ ଜଣ ବିଦ୍ୟାର୍ଥୀ ରହିଛନ୍ତି। ଏମାନଙ୍କ ମଧ୍ୟ ରୁ ସର୍ବନିମ୍ନ ମୋଟ ମାର୍କ ମାତ୍ର ୧୦ ରହିଛି। ଏହି ବିଭାଗ ରେ ୧୦୯ ଜଣ ପାସ ହୋଇଥିବା ବେଳେ ସେଥି ମଧ୍ୟ ରେ ପ୍ରଥମ ଶ୍ରେଣୀ ରେ ୨୮ ଜଣ ଦ୍ଵିତୀୟ ଶ୍ରେଣୀ ରେ ୧୮ ଓ ତୃତୀୟ ଶ୍ରେଣୀ ରେ ୬୩ ଜଣ ରହିଛନ୍ତି। ଆଉ ୩ ଜଣ ବିଦ୍ୟାର୍ଥୀ ଅନୁପସ୍ଥିତି ରହିଥିଲେ। ଏକ୍ସ ରେଗୁଲାର ମଧ୍ୟ ରେ କଳା ବିଭାଗ ରେ ମୋଟ ୩୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୭ ଜଣ ପାସ ହୋଇଛନ୍ତି ଏବଂ ୧୪ ଜଣ ଫେଲ ହୋଇଛନ୍ତି ଆଉ ଜଜଣେ ଛାତ୍ର ଅନୁପସ୍ଥିତ ରହିଛନ୍ତି। ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଜ୍ଞାନ ବିଭାଗ ରେ ମୋଟ ୭୦ ଜଣ ପରୀକ୍ଷା ଦେଇଥିବା ବେଳେ ଏଥିରୁ ୪୧ ପାସ ଏବଂ ୨୮ ଫେଲ ହୋଇଛନ୍ତି । ପାସ ମାନଙ୍କ ମଧ୍ୟ ରେ ପ୍ରଥମ ଶ୍ରେଣୀ ରେ ୧୦ ଦ୍ଵିତୀୟ ଶ୍ରେଣୀ ରେ ୧୬ ଏବଂ ତ୍ରିତୀୟ ଶ୍ରେଣୀ ରେ ୧୫ ଜଣ ରହିଛନ୍ତି। ଏହି ବିଭାଗ ରେ ସର୍ବନିମ୍ନ ରେ ମୋଟ ମାର୍କ ୧୧୯ ରହିଛି। ସର୍ବୋଚ୍ଚ ମର୍କ ୪୨୯ ରହିଛି। ବିଜ୍ଞାନ ବିଭାଗ ଏକ୍ସ ରେଗୁଲାର ବିଦ୍ୟାର୍ଥୀ ମାନଙ୍କ ମଧ୍ୟ ରେ ମୋଟ ୨୦ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏଥି ରୁ ମାତ୍ର ୪ ଜଣ ପାସ ହୋଇଛନ୍ତି ଏମାନଙ୍କ ମଧ୍ୟ ରେ ୩ ଜଣ ତୃତୀୟ ଶ୍ରେଣୀ ରେ ଏବଂ ଜଣେ ପ୍ରଥମ ଶ୍ରେଣୀ ରେ ପାସ ହୋଇଛନ୍ତି। ଯେଉଁଥିରେ ସର୍ବୋଚ୍ଚ ୩୬୬ ମାର୍କ ରହିଛି। ବିଜ୍ଞାନ ବିଭାଗ ଫଳାଫଳ ଗତ ବର୍ଷ ଅପେକ୍ଷା ଭଲ ରହିଛି। ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ ବର୍ଷ ୩୨ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୋଟ ୯ ଜଣ ପାସ ହୋଇଥିଲେ। ସବୁଠାରୁ ଚିନ୍ତା ର ବିଷୟ ହେଲା ସୋରଡା ରେ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କଳା ବିଭାଗ ର ଏହିପରି ନୈରାଶ ଜନକ ରେଜଲ୍ଟ ଏଠାକାର ଆଞ୍ଚଳ ବାସୀ ଙ୍କୁ ବ୍ୟଥିତ କରିଛି। ଏଠାକାର ସବୁ ଶିକ୍ଷକ ଅନୁଭବି ହୋଇଥିବା ବେଳେ ମଧ୍ୟ ଏହିପରି ନୈରାଶ ଜନକ ଫଳାଫଳ ବିଦ୍ୟାର୍ଥୀ ଙ୍କ ଭବିଷ୍ୟତ କୁ ଅନ୍ଧାର ରେ ଠେଲି ଦେଇଛି। କିଛି ନହେଲେ ନିଜ ଦସ୍ତଖତ ଜାଣିଥିବା ବିଦ୍ୟାର୍ଥୀ ମଧ୍ୟ କିଛି ଅଧିକ ମର୍କ ରଖିପାରେ କିନ୍ତୁ ସର୍ବନିମ୍ନ ମୋଟ ମାର୍କ ୧୦ ଆଉ କିଏ ସର୍ବ ନିମ୍ନ ମୋଟ ମାର୍ଜ ୧୨ ରଖିଛି। ଏହି ପରି ଅତ୍ୟନ୍ତ ଜରାଜୀର୍ଣ୍ଣ ଫଳାଫଳ ରେ କେତେଦୂର ଏଠାକାର ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ଗଢି ହବ ତାହା ଚିନ୍ତା ଜନକ। ଏଥିପ୍ରତି ଉଚ୍ଚ ଶିକ୍ଷା କତୃପକ୍ଷ ଓ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ଏଠାକାର ଶିକ୍ଷାବିତ ମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *