ବଦଳୁଛି ନିମାପଡ଼ା ସମୀକରଣ

ବଦଳୁଛି ନିମାପଡ଼ା ସମୀକରଣ ; ମଜବୁତ ହେଉଛି ବିଜେଡ଼ିନିମାପଡାରେ ଅମିତ ସାହାଙ୍କ ଗ୍ରସ୍ତ ବିଜେଡି ଉପରେ କିଛି ପ୍ରଭାବ ପକାଇବ ନାହଁ ବିଜେଡ଼ି ମଜବୁତ ହେବାରେ ଲାଗିଛି ନିମାପଡ଼ାରେ। ପ୍ରତିଦିନ ବିଜେପି, କଂଗ୍ରେସ ପରିତ୍ୟାଗ କରି ଶହଶହ କର୍ମୀ ଯୋଡ଼ି ହେଉଛନ୍ତି ବିଜେଡ଼ିରେ। ବିରୋଧୀ ଯେଉଁ ସମୀକରଣ କରିଥିଲେ ସେସବୁ ଭୁଲ ପ୍ରମାଣିତ ହେବାକୁ ଯାଉଛି, ଆମେ ପୂର୍ବାପେକ୍ଷା ବହୁତ ଅଧିକ ଭୋଟରେ ଜିତିବା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପର୍ଯ୍ୟବେକ୍ଷକ ତଥା ଯୁବନେତା ସୁବ୍ରତ ଛାଟୋଇ।

ସ୍ଥାନୀୟ ନକ୍ଷେତ୍ର ମଣ୍ଡପ ଠାରେ ବିଜେଡ଼ିର ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଯୁବନେତା ରାକେଶ ପ୍ରଧାନଙ୍କ ନେତୃତ୍ୱରେ ଡେଣୁଅଁ ପଞ୍ଚାୟତର ୩୦୦ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡ଼ିରେ ସାମିଲ ହୋଇଥିଲେ। ଏହାଛଡ଼ା ଶଗଡା ଗୋପୀନାଥପୁର ଚଅଂରପଦା ପଂଚାୟତର ଶତାଧିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ସ୍ୱଚ୍ଛ ଶାସନକୁ ପସନ୍ଦ କରି ବିରୋଧୀ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ବହୁ ସଂଖ୍ୟାରେ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ବିଜୁ ଜନତାଦଳ ସଂଗଠିତ ହୋଇ ମଜବୁତ ହେବ ଏବଂ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ।ଶାହାଙ୍କ ନିମାପଡା ଗ୍ରସ୍ତ କୌଣସି ପ୍ରଭାବ ପକାଇବ ନାହିଁ. ବରଂ ନବୀନ ପଟ୍ଟନାୟକଙ୍କ କଥା କମ. କାମ ବେଶୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିରୋଧି ଦଳର ଶତାଧିକ ଯୁବକ ବିଜେଡିରେ ସାମିଲ ହୋଇଛନ୍ତି. ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମାପଡା ଗ୍ରସ୍ତ କରିବେ. ନିମାପଡା ଭୋଟର ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ମୁଖମନ୍ତ୍ରୀ କରିବା ସହ ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ଙ୍କୁ ଜିତାଇବେ ବୋଲି ସୁଭାଶିଷ ଖୁଣ୍ଟିଆ କହିଛନ୍ତି.

Leave a Reply

Your email address will not be published. Required fields are marked *