କୁରୁଜଙ୍ଗ ଓ ଅବଦାନ ପଞ୍ଚାୟତରେ ବିଜେଡିର ଜୋରଦାର ପ୍ରଚାର
କାକଟପୁର,୨୮.୦୫- କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁରୁଜଙ୍ଗ ଓ ଅବଦାନ ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ପ୍ରଚାର ନିର୍ବାଚନୀ ପ୍ରଚାର ମଙ୍ଗଳାବର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇବା ପାଇଁ କର୍ମୀ ମାନେ ସଂକଳ୍ପ ନେଇଛନ୍ତି। ପ୍ରଥମେ କୁରୁଜଙ୍ଗ ପଞ୍ଚାୟତରେ ଶତାଧିକ କର୍ମୀ ମାନେ ଦଳର ନେତା ଶ୍ରୀଯୁକ୍ତ ବେହେରାଙ୍କ ସହ ବାଇକ୍ ଶୋଭାଯାତ୍ରା କରି ପ୍ରତି ୱାର୍ଡ ବୁଲି ନିର୍ବାଚନ ପ୍ରଚାର କରିଥିଲେ। ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟର୍ ମାନଙ୍କୁ ଅନୁରୋଧ କରିଥିଲେ। ପଞ୍ଚାୟତର ଜନ ପ୍ରତିନିଧି ମାନେ ବିପୁଳ ପରିମାଣରେ ଭୋଟ ଲିଡ କରିବେ ବୋଲି ମତ ପ୍ରକାଶ କରିଥିଲେ।

କର୍ମୀ ସେହିପରି ଭାବେ ଅବଦାନ ପଞ୍ଚାୟତରେ କିଛି ୱାର୍ଡରେ ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା କର୍ମୀ ମାନଙ୍କୁ ନେଇ ବାଇକ୍ ଶୋଭାଯାତ୍ରା କରି ଭୋଟ ଭିକ୍ଷା କରିଥିଲେ। ଏବଂ ବିରିଯାଇ ପୀଠରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ କର୍ମୀ ମାନଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ପ୍ରାର୍ଥୀ ଶ୍ରୀଯୁକ୍ତ ବେହେରା ଭୋଟର ମାନଙ୍କୁ ଅଞ୍ଚଳର ଉନ୍ନତି ଓ ନବୀନ ସରକାର ଙ୍କ ସଫଳ ଯୋଜନା ବିଷୟରେ କହିବା ସହ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।
