ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଜିଲ୍ଲା ର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି

ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଜିଲ୍ଲା ର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି।ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ପାର୍ଥ ସାରଥି ଖିଲାର ମାଟ୍ରିକ ପରୀକ୍ଷା ରେ ୫୬୦ନମ୍ବର ରଖି ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପିତା ପ୍ରସନ୍ନ ଖିଲାର ମାତା କୁନି‌ ଖିଲାର ଉଭୟେ ନିମ୍ନ ମଧ୍ଯମିତ ପରିବାର ରପିତା ଚାଷ କାର୍ଯ୍ୟରେ ନିୟୋଜିତ ଓ ମାତା ଜଣେ ଆଦର୍ଶ ଗୃହିଣୀ। ପିତା ମାତାଙ୍କ ସ୍ବପ୍ନ କୁ ସାକାର କରି ୬୦୦ ନମ୍ବର ରୁ ୫୬୦ ନମ୍ବର ରଖି ଏ୧ ରେ ସଫଳତା ହାସଲ କରିଛନ୍ତି। ତାଙ୍କର ସଫଳତା ହାସଲ ‌ପଛରେ ପିତା ମାତାଙ୍କ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପ୍ରମୂଖ ଭୂମିକା ରହିଛି। ସେ ଭବିଷ୍ୟତରେ ଜଣେ କୃତି ଶିକ୍ଷକ ରୂପେ କାର୍ଯ୍ଯ ସମ୍ପାଦନ କରିବ‌ବୋଲି ସାକ୍ଷାତକାର କହିଛନ୍ତି। ତାଙ୍କର ସଫଳତା ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଅଭିନନ୍ଦନ ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *