ଘର ଟିଏ ପାଇଁ ଡହଳ ବିକଳ ପରିବାର ଲୋକେ

ଘର ଟିଏ ପାଇଁ ଡହଳ ବିକଳ ପରିବାର ଲୋକେ ଗୋଲାମୁଣ୍ଡା ବ୍ଲକ ଡଙ୍ଗରୀଗୁଡା ରେ ବାଲମତି ହରିଜନ ଙ୍କ ର ଘର ଟିଏ ପାଇଁ ଶୋଚନୀୟ ଅବସ୍ଥା | ବଖରେ ଘର ତ ଅଛି ପରନ୍ତୁ ବର୍ଷା ଦିନେ ଆଜବେଷ୍ଟ ଭାଙ୍ଗି ଘରେ ପାଣି ପଶୁଛି | ଚାରିପଟେ କେବଳ ପଥର ରେ ନିର୍ମାଣ ଘରକୁ ଉପରେ ଭଙ୍ଗା ଆଜବେଷ୍ଟ ବିପଦ ପୂର୍ଣ୍ଣ ଭାବରେ ରହୁଛନ୍ତି ପରିବାର ଲୋକେ | ଖରା ଦିନେ ଟାଇଁ ଟାଇଁ ଖରା କୁ ବର୍ଷା ଦିନେ ବର୍ଷା ପାଣି ଘର ଥାଇ ବି ନଥିଲା ପରି | ଦୁର୍ଦଶା ରେ ଦିନ କାଟୁଛନ୍ତି ପରିବାର ଲୋକେ |ସେଥିରେ କିଛି ବ୍ୟବସ୍ତା କରି ଖରା ବର୍ଷା ଦାଉରୁ ରକ୍ଷା ପାଉଥିଲେ ପରିବାର ଲୋକେ | କିନ୍ତୁ ଆଜିର ଝଡ଼ ତୋଫାନ ବର୍ଷା ଯୋଗୁ ଘର ସମ୍ପୂର୍ଣ ଭାବରେ ଭାଙ୍ଗି ଯାଇଛି |ଘରେ ଲୋକେ ରହିବା ସମୟରେ ହିଁ ଆଜବେଷ୍ଟ ଭାଙ୍ଗି ତଳେ ପଡିଥିଲା ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ପରିବାର ସଦସ୍ୟ, କାହାର କିଛି କ୍ଷତି ହୋଇନାହିଁ | ଏଭଳି ଅସ୍ଥାୟୀ ଘରେ ଜୀବନ କୁ ବିପଦରେ ପକାଇ ରହିବା ଭଳି | ଆର୍ଥିକ ସ୍ଥିତି ମଧ୍ୟ ସ୍ୱଚ୍ଛଳ ନୁହେଁ ତେଣୁ ପୁନଶ୍ଚ କ୍ଷ୍ୟୟ ହୋଇଥିବା ଅଂଶ କୁ ପରିପୂର୍ଣ କରିବା କୁ ଅସମର୍ଥ ପରିବାର ଲୋକେ |ଆବାସ ଯୋଜନା ରୁ ମଧ୍ୟ ସୁଫଳ ପାଇବାକୁ ହେଲେ ଅପେକ୍ଷା କରିବା କୁ ପଡିବ ଯାହା ପରିବାର ପକ୍ଷେ ସମ୍ଭବ ନୁହେଁ |ଏଣୁ ସରକାର ଙ୍କୁ ଘରଟିଏ ପାଇଁ ନିବେଦନ କରିଛନ୍ତି | ଯଥାଶୀଘ୍ର ଘର ଟିଏ ପାଇଁ ବନ୍ଦ ବସ୍ତ କରିବାକୁ ଅନୁରୋଧ କରିଛନ୍ତି |

Leave a Reply

Your email address will not be published. Required fields are marked *