ପୁରୀ ଆଇଟିଆଇରେ ଆପ୍ରେଣ୍ଟିସିପ୍ ସଚେତନତା ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ

**ପୁରୀ,୨୮/୦୫:ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପୁରୀ ଆନୁକୂଲ୍ୟରେ ଆପ୍ରେଣ୍ଟିସିପ୍ ସଚେତନତା ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଦକ୍ଷତାବିକାଶ ଓ କର୍ମନିଯୁକ୍ତି ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଆପ୍ରେଣ୍ଟିସିପ୍ ର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ ।ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶାଳୟ କଟକ ରୁ ଡ଼ଃ ମନୋରଞ୍ଜନ ସାମଲ,ପୁରୀଜିଲ୍ଲା ଶିଳ୍ପ କେନ୍ଦ୍ର ର ସହକାରୀ ପରିଚାଳକ ଶ୍ରୀ ଅଭିମନ୍ୟୁ ସାହୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ତଥା ଆପରେଣ୍ଟିସିପ୍ ଏବଂ ତତ୍ ପରବର୍ତ୍ତୀ ଉଦ୍ୟୋଗିତା ସୁଯୋଗ ଉପରେ ଆଲୋକପାତ କରିଥିଲେ । ଅତିଥି ଭାବେ ଶ୍ରୀ ବିକାଶ କୁମାର ମହାନ୍ତ,ପୁରୀ ଜିଲ୍ଲା କଲ୍ୟାଣ ଅଧିକାରୀ , ଶ୍ରୀ ଅରବିନ୍ଦ ଚକ୍ରବର୍ତ୍ତୀ, ଗୋଲଡେନ ଟ୍ରି, ଶ୍ରୀ ସନ୍ତୋଷ କୁମାର ନାୟକ,ଅନନ୍ୟା ରିସର୍ଟ, ଶ୍ରୀ କମଲ କୁମାର,ପେଟାଲସ ଗ୍ରୁପ,ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା,ହୋଟେଲ ହଲିଡେ ରିସର୍ଟ ରୁ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଆପରେଣ୍ଟିସିପି ସମ୍ପର୍କିତ ଆଲୋଚନା ମାଧ୍ୟମରେ ସଚେତନ କରାଇଥିଲେ। ପୁରୀ ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଇଂ. ଅରବିନ୍ଦ ଘୋଷ ନିଜ ବକ୍ତବ୍ୟ ରେ ସରକାରୀ ଆଇଟିଆଇ ରେ ଦିଆ ଯାଉଥିବା ଆଧୁନିକ ଦକ୍ଷତା ଭିତ୍ତିକ ଜ୍ଞାନ କୌଶଳ ଓ ନିଯୁକ୍ତି ସୁଯୋଗ ବିଷୟ ରେ ଆଲୋକ ପାତ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଟ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆପରେଣ୍ଟିସିପ୍ ଅଧିକାରୀ ଶ୍ରୀ ତାପସ କୁମାର ଖିଲାର ,କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *