ସରକାର ଙ୍କ ଦୃଷ୍ଟି ଆଢ଼ୁଆଳରେ ରେ ଡ଼କେରବାଡ଼ି ଗ୍ରାମବାସି।

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କରଡ଼ା ପଞ୍ଚାୟତ ର ଡ଼କେରବାଡ଼ି ଗ୍ରାମବାସି ଙ୍କ ଦୁଃଖ କହିଲେ ସରିବ ନାହିଁ।ରାଇକିଆ ବ୍ଲକ ର ଦୁର୍ଗମ ଅଞ୍ଚଳ ପାହାଡ଼ ଜଙ୍ଗଲ ଘେରା ମଧ୍ୟ ରେ ଅବସ୍ଥିତ କରଡ଼ା ପଂଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୧୪ କିମି ମଧ୍ୟ ରେ ଅବସ୍ଥିତ ଏହି ଗ୍ରାମ। ଆଜି ପର୍ଯ୍ୟନ୍ତ ସରକାର ଙ୍କ କୌଣସି ମୌଳିକ ସୁବିଧା ଏହି ଗ୍ରାମ କୁ ପହଂଚି ପାରି ନ ଥିବା ଦୁର୍ଭାଗ୍ୟ ର ବିଷୟ। ଆଜି ମଧ୍ୟ ଏହି ଗ୍ରାମ କୁ ଭଲ ରାସ୍ତା ଖଣ୍ଡିଏ ନ ଥିବା ବେଳେ ବିଦ୍ୟୁତ, ପାନୀୟ ଜଳ,ସ୍କୂଲ, ଅଙ୍ଗନବାଡି କେନ୍ଦ୍ର କଥା ନ କହିବା ଭଲ ହେବ। ସ୍କୂଲ ଖଣ୍ଡିଏ ଅଛି ସତ କିନ୍ତୁ ଭଗ୍ନ ଅବସ୍ଥା ରେ, ଅଙ୍ଗନବାଡି କେନ୍ଦ୍ର ଅଛି କିନ୍ତୁ ରାସ୍ତା ନ ଥିବା, ନଦୀ ରେ ଶଙ୍ଖ ନ ଥିବା କାରଣ ରୁ ପିଲା ଅଙ୍ଗନବାଡି କେନ୍ଦ୍ର କିମ୍ବା ସ୍କୂଲ କୁ ଯିବା ରେ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଅଛି। ବସୁଧା ଯୋଜନା ରେ ଟାଙ୍କି ହୋଇଛି, ପାଇପ ବିଛା ଯାଇଅଛି କିନ୍ତୁ ବିଦ୍ୟୁତ ଯୋଗାଣ ରେ ବିଳମ୍ବ ସକାଶେ ଆଜି ମଧ୍ୟ ଲୋକ ନାଳ ରୁ ପାଣି ସଂଗ୍ରହ କରି ପିଉଛନ୍ତି। ଆଜିର ଆଧୁନିକ ଯୁଗ ରେ ସାଧାରଣ ବ୍ୟକ୍ତି ବଞ୍ଚିବା ସକାଶେ ଖାଦ୍ୟ ପାନୀୟ ସ୍ୱାସ୍ଥ୍ୟ ଗମାନାଗମନ ର ବ୍ୟବସ୍ଥା ନିତାନ୍ତ ଆବଶ୍ୟକ ଥିବା ବେଳେ ଏହି ଡ଼କେରବାଡ଼ି ପଂଚାୟତ ର ପିଲା ଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ଅସୁବିଧା ର ସମୁଖୀନ ହେଉଥିବା ସମୟ ରେ ସରକାର ପ୍ରଶାସନ କିଭଳି ଅଚିନ୍ତା ରେ ରହୀପାରୁଛନ୍ତି ତାହା ଏକ ପ୍ରଶ୍ନବାଚି। ଭାରତ ସ୍ବାଧୀନତା ର ୭୭ ବର୍ଷ ପରେ ମଧ୍ୟ ସରକାର ଙ୍କ ପକ୍ଷ ରୁ କୌଣସି ସୁବିଧା ପାଇ ନ ଥିବା କାରଣ ରୁ ଏହି ବର୍ଷ ଆମେ ଗ୍ରାମବାସି ଭୋଟ ବର୍ଜନ କରିଥିଲେ ସୁଦ୍ଧା ପ୍ରଶାସନ ର କୌଣସି ଅଧିକାରୀ ଆଜି ପର୍ଯ୍ୟନ୍ତ ଆମ ପାଖରେ ପହଂଚି ନ ଥିବା ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦୁଃଖ ର ସହ କହିଛନ୍ତି। କଣ ସତରେ ଏହି ଗ୍ରାମବାସି ଙ୍କ ଦୁଃଖ ସରିବ ନାହିଁ ୨୫ ବର୍ଷ ର ଶାସନ କରିଥିବା ସରକାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଏହି ଗ୍ରାମବାସୀ ଙ୍କ ଦୁଃଖ ବୁଝିବାରେ ଅବହେଳା କଲେ କାହିଁକି ଏହି ଗ୍ରାମବାସୀ ଙ୍କ ଦୋଷ କଣ ଏମିତି କଣ ଭୁଲ କଲେ ଯେ ଆଜି ଡିଜିଟାଲ ଯୁଗ ରେ ରାସ୍ତା ଖଣ୍ଡିଏ,ନିର୍ମଳ ଜଳ, ନିଜ ଛୁଆ ଙ୍କ ର ଭବିଷ୍ୟତ ସକାଶେ ସ୍କୂଲ ଖଣ୍ଡିଏ, ନିଜ ଗୃହ କୁ ଆଲୋକିତ କରିବା ସକାଶେ ବିଦ୍ୟୁତ ଟିକିଏ ପାଇବା ସକାଶେ ବିକଳ ହୋଇ ଚାହିଁ ରହିଛନ୍ତି।ସରକାର ଙ୍କ ଦୃଷ୍ଟି ଆମ ଗ୍ରାମ ସକାଶେ କେଉଁଦିନ ପଡିବ ଆମେ ମାନେ ଯେଉଁ ଦୁଃଖ ଯନ୍ତ୍ରଣା ଭୋଗ କରିଛୁ ଆମ ପର ପିଢ଼ି ଆମ ପିଲା ଛୁଆ ସେହି କଷ୍ଟ ରୁ ମୁକ୍ତ ହୋଇ ପାରିବେ ଏହି ଚିନ୍ତା ରେ ଗ୍ରାମବାସୀ।

Leave a Reply

Your email address will not be published. Required fields are marked *