ମହିମା ଗାଦି ରେ ସନ୍ଥକବି ଭୀମ ଭୋଇ ଜୟନ୍ତୀ

ମହିମା ଗାଦି ରେ ସନ୍ଥକବି ଭୀମ ଭୋଇ ଜୟନ୍ତୀ।ଓଡ଼ିଶା ର ବିଶ୍ବ ପ୍ରସିଦ୍ଧ ମହିମା ପିଠ ମହିମା ଗାଦି ଯୋରନ୍ଦା ରେ ସତ୍ୟ ଅଲେଖ ମହିମା ଧର୍ମ କୈ।ପୁନିଧାରୀ ସମିତି ତରଫରୁ କୈ।ପୁନିଧାରୀ ମହିମା ସମାଜ ସଭାପତି ଶ୍ରୀମଦ୍ ରଘୁନାଥ ବାବାଙ୍କ ଅଧ୍ୟକ୍ଷତାରେ ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସର ରେ ଅନୁଷ୍ଠିତ ହୋଇଯାଇଅଛି। ମହିମା ଜ୍ୟୋତି ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡଃ ଉଦ୍ଧବ ଚରଣ ନାୟକ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଓ ପରିବେଶବିତ୍ ତଥା ଦୈନିକ ସମାଜ ର ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ରଥ, ଯୋଗଦାନ କରି ଉଦ୍ ବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବି ବିରଞ୍ଚି ନାରାୟଣ ହୋତା, ପ୍ରେମାନନ୍ଦ ରାଉତ, କବୟିତ୍ରୀ ରୂପ ମଞ୍ଜରୀ ପଟ୍ଟନାୟକ, ରଶ୍ମିତା ରାଉତସହ ଅନେକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଶତୃଘ୍ନ ସାହୁ, ବିଭୁତି ଭୁଷଣ ବିଶ୍ବାଳ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ସନ୍ଥକବି ଭୀମ ଭୋଇ ଙ୍କ ଜିବନାବଳୀ ଓ ତ୍ୟାଗ ପୂତ ଜୀବନ ଉପରେ ଆଲୋଚନା କରିଥିଲେ। ସକାଳ ସମୟରେ ନାଟିମା ଠାରେ ଥିବା ସନ୍ଥକବି ଭୀମ ଭୋଇ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ସହସ୍ରାଧିକ ମହିମା ଧର୍ମ ର ସାଧୁ, ଭକ୍ତ,ଓ ମହିମା ପ୍ରେମୀ ଉପସ୍ଥିତ ହୋଇ ହରି ବୋଲ, ହୁଳହୁଳି ଓ କୀର୍ତ୍ତନ ମଣ୍ଡଳୀ ମାଧ୍ୟମରେ ପୂଜାର୍ଚ୍ଚନା କରିଥିଲେ।

Leave a Reply

Your email address will not be published. Required fields are marked *