ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ
ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ :ହୁତ ହୁତ ଜଳିଲା ପ୍ଲାଷ୍ଟିକ ଶନିବାରେ ଶରଧାବାଲି ରେ ନିଆଁ ଲାଗିଲା କୁକୁର ଭୁକିଲା ପୁରୀ,1/6-ବିଶ୍ୱ ସ୍ତରୀୟ ସହର ପୁରୀ | ଚାରିଧାମ ମଧ୍ୟରୁ ଅନ୍ୟତମ |ହେଲେ ଏଠାରେ ଅଧିକାଂଶ ସମୟରେ ଅଘଟଣ ଘଟୁଛି |ଭଉଁରୀ ଦିନ ନରେନ୍ଦ୍ର ପୁଷ୍କରଣୀ ରେ ଭୟଙ୍କର ବାଣ ବିସ୍ପୋରଣ ଘଟି ଛ ଜଣଙ୍କ ମୃତ୍ୟୁ ଘଟିଲାଣି |ଏହି ଘଟଣା ମନରୁ ଲିଭିନଥିବା ବେଳେ ଆଜି ଭୋର ପାଞ୍ଚ ଟା ନାକଚଣା ଦ୍ୱାର ନିକଟରେ ଥିବା ପ୍ଲାଷ୍ଟିକ ବାରିକେଟ ରେ କୌଣସି କାରଣ ରୁ ନିଆଁ ଲାଗିଯିବା ଫଳରେ ହୁତ ହୁତ ହୋଇ ନିଆଁ ଜାଳିଥିଲା |ନିଆଁ ଜଳିବା ଦେଖି କୁକୁର ଭୁକିବାରୁ ସେଠାରେ ଚଳପ୍ରଚଳ ହେଉଥିବା ବ୍ୟକ୍ତି ଦେଖିଥିଲେ |ଏହି ଦୁଇଟି ଘଟଣା କୁ ଦେଖି ସହର ରେ ଆଲୋଚନା ହେଉଛି ଯେ ନରେନ୍ଦ୍ରରେ ବାଣ ବିସ୍ପୋରଣ ଓ ସରଧାବାଲିରେ ନିଆଁ ଯୋଗୁଁ ପୁରୀ କୁ ବିପଦ ଆଶଙ୍କା କରୁଛନ୍ତି |
