ସାମ୍ପ୍ରଦାୟିକ ଓ ଭେଦଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରେ ମନ୍ଦିର ଫାଟକ ପାର୍ଶ୍ଵରେ ଅନ୍ୟ ଧର୍ମ ର ପୋଷ୍ଟର ମରାଯାଇଛି

:ଗତ କାଲି ରାତିରେ ହିନ୍ଦୁ ଧର୍ମ ବିରୋଧୀ ପୋଷ୍ଟର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ମନ୍ଦିର ମୁଖ୍ୟ ଫାଟକର ଦୁଇ ପାର୍ଶ୍ବରେ ଦୁଇଟି ପୋଷ୍ଟର ଓ ପାଚେରୀ କାନ୍ଥରେ ଦେବା ଦେବୀ ଙ୍କ ଚିତ୍ରର ଆଖିକୁ ଘସି ବିଦ୍ରୁପ ରୂପ କରାଯାଇଥିବା ଦେଖିବାକୁ ମିଳିଛି l ଏହି ଖବର ଶୁଣି ହିନ୍ଦୁ ଜାଗରଣ ମଞ୍ଚ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳର ବହୁ କର୍ମକର୍ତ୍ତା ମନ୍ଦିର ନିକଟରେ ପହଞ୍ଚି ଏକଜୁଟ ହୋଇ ଏପରି କାର୍ଯ୍ୟକୁ ନିନ୍ଦା କରିଥିଲେ ଓ ଡାବୁଗାଁ ଥାନା ରେ ଏ ସଂକ୍ରାନ୍ତରେ ଏକ ଲିଖିତ ଅଭିଯୋଗ କରିଥିଲେ l ଥାନା ଅଧିକାରୀ ସୁନୀଲ ପ୍ରଧାନ ସଙ୍ଗେ ସଙ୍ଗେ ଏସ୍ ଆଇ ଚନ୍ଦନ ସାହୁ ଓ ପୋଲିସ ଫୋର୍ସ କୁ ଘଟଣା ସ୍ଥଳକୁ ପଠାଇ ତଦନ୍ତ ଆରମ୍ଭ କରିଥିଲେ l ସେହି ସ୍ଥାନରୁ ପୋଷ୍ଟର ହଟାଇ ଦିଆଯାଇ ଥିଲା l “ପରିତ୍ରାଣ ପାଇଁ ପ୍ରଭୁଙ୍କ ଶରଣ ରେ ଯାଅ l ଗୀତା ଛାଡ, ବାଇବେଲ ପଢ଼ l” ଏଭଳି ପୋଷ୍ଟର ରେ ଉଲ୍ଲେଖ ଥିଲା,ଯାହାକି ହିନ୍ଦୁ ମାନଙ୍କର ଧାର୍ମିକ ଭାବନା କୁ କଠୋର ଆଘାତ ଦେଉଛି l ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ତଥା ଦଙ୍ଗା ହଙ୍ଗାମା ଭଳି ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତି ମାନଙ୍କ ପ୍ରତି କଠୋର ଦଣ୍ଡ ବିଧାନ ନିମନ୍ତେ ଥାନା ର ଦ୍ୱାରସ୍ଥ ହୋଇ ଥିବା କଥା ଏତଲା ରେ ଦର୍ଶାଯାଇଛି l ଏତଲା ଦେବା ସମୟରେ ବରିଷ୍ଠ ଆଇନଜୀବୀ ଦିବ୍ୟ ରଞ୍ଜନ ପାତ୍ର ଓ ଦିବାନ ସିଂ, ଏ ଶିବ ପ୍ରସାଦ, ଶୁଭଜିତ୍ ପାଣିଗ୍ରାହୀ,ନରେଶ ସିଂ, ପପିନ କୁମାର ମୁନି, ରବି ନାରାୟଣ ମହାନ୍ତି, ଗୋପାଳ ସୌରା,ଆର୍ ଶଙ୍କର ରାଓ, ଚନ୍ଦନ ପାତ୍ର, ଦୂର୍ଗା ପ୍ରସାଦ ଖୁଣ୍ଟିଆ, ୱାଇ ରାଜ କୁମାର, ପିଣ୍ଟୁ ଅଗ୍ରୱାଲ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ l ପୋଲିସ ଏହି ଘଟଣାର ଅପରାଧି କୁ କେବେ ଧରିବ ତାହା ଦେଖିବାକୁ ବାକି ରହିଲା l

Leave a Reply

Your email address will not be published. Required fields are marked *