ସୁନ୍ଦରୀ ଦେଖିଛି କେତେ ମୋ ଜୀବନେ
ସୁନ୍ଦରୀ ଦେଖିଛି କେତେ ମୋ ଜୀବନେ
ତୁମେ ଲାଗ ଟିକେ ନିଆରା
ତୁମ ଆଶା କରି, ତୁମ ଅଭିଳାସେ
ରହିଥିବେ କେତେ କୁଆଁରା ।।
ନିର୍ମଳ ଆକାଶେ, ତାରା ମେଳେ ତୁମେ
ଯେମିତି ଗୋଟିଏ ଜହ୍ନ
ଦେଖିଲା ପର ଠୁ ତୁମକୁ ସୁନ୍ଦରୀ
ଦେଇ ଦେଇଛି ମୋ ମନ।।
ଜହ୍ନ ପରି ତୁମେ ଶୀତଳ ସୁନ୍ଦର
ରାତି ଅନ୍ଧାର ରେ ଆଲୁଅ
ତୁମେ ଜହ୍ନ ପରି, ନା ଜହ୍ନ ତୁମ ପରି
ମୋତେ ଆସି ଟିକେ କୁହ ।।

ହିମାଦ୍ରି ମୋହର
