ଭାଙ୍ଗି ଦେଇ ମୋର କଅଁଳ ହୃଦୟ
ଭାଙ୍ଗି ଦେଇ ମୋର କଅଁଳ ହୃଦୟ
କୁହ, କ୍ଷମା କରିଦେବ
ତୁମ କ୍ଷମା ମଗା, ନିରୀହ ପଣିଆ
ହୃଦୟ କି ମୋ ଯୋଡ଼ିଦେବ
ପ୍ରତି ଥର ତୁମ ଆଘାତ ଯେମିତି
ପୂର୍ବ ଠାରୁ ଥିଲା ଟାଣ
କଷ୍ଟ ଦିଏ ଭାରି ତୁମ କଥା ଛୁରୀ
ଜଳୁଛି ମୁଁ ପ୍ରତିକ୍ଷଣ
ସମ୍ପର୍କ ରଖିବା ପାଇଁ , ଏକା ମୁଁ ନୁହଁ ଦାୟୀ
ତୁମେ କି ବୁଝି ପାରୁନ
ତୁମେ କି ବୁଝି ପାରୁନ ||

ହିମାଦ୍ରି ମୋହର
