ଜିଲ୍ଲାରେ 7ଟି ବିଧାନସଭା ଆସନ ମଧ୍ୟରୁ 3ଟିରେ ବିଜେପି ପ୍ରାର୍ଥୀ ମାନଙ୍କ ବିଜୟ
ଯାଜପୁର:ଜିଲ୍ଲାରେ 7ଟି ବିଧାନସଭା ଆସନ ମଧ୍ୟରୁ 3ଟିରେ ବିଜେପି ପ୍ରାର୍ଥୀ ମାନଙ୍କ ବିଜୟ ହୋଇଥିବା ବେଳେ ଆଉ 3ଟି ଆସନରେ ବିଜେଡି ପ୍ରାର୍ଥୀ ମାନଙ୍କ ବିଜୟ ହୋଇଛି। କେବଳ ଗୋଟିଏ ମାତ୍ର ଆସନରେ ଜଣେ ସ୍ଵାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ବରୀରୁ ବିଜେଡ଼ି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ନିକଟତମ ପ୍ରତିଦ୍ବନ୍ଦୀ ଉମେଶ ଜେନାଙ୍କ ଠାରୁ 51000ଖଣ୍ଡ ଅଧିକ ଭୋଟରେ ନିର୍ବାଚିତ ହୋଇଥିବା ବେଳେ ବଡଚଣାରେ ବିଜେପି ପ୍ରାର୍ଥୀ ଅମର ନାୟକ ନିକଟତମ ପ୍ରତିଦ୍ବନ୍ଦୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ 4500ଖଣ୍ଡ ଅଧିକ ଭୋଟରେ ବିଜୟୀ ଘୋଷିତ ହୋଇଛନ୍ତି। ଧର୍ମଶାଳାରୁ ସ୍ଵାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ନିକଟତମ ପ୍ରତିଦ୍ବନ୍ଦୀ ପ୍ରଣବ ବଳବନ୍ତରାୟଙ୍କ ଠାରୁ 7980ଖଣ୍ଡ ଅଧିକ ଭୋଟରେ ଜିତିଛନ୍ତି।

ସେହିପରି ସୁକିନ୍ଦା ଆସନରୁ ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ନିକଟତମ ପ୍ରତିଦ୍ବନ୍ଦୀ ପ୍ରିତିରଞ୍ଜନ ଘଡାଇଙ୍କ ଠାରୁ 9828ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।କୋରେଇ ଆସନରୁ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କ ଠାରୁ 5649ଖଣ୍ଡ ଅଧିକ ଭୋଟରେ ନିର୍ବାଚିତ ହୋଇଛନ୍ତି। ଯାଜପୁର ବିଜେଡ଼ି ପ୍ରାର୍ଥୀ ସୁଜାତା ସାହୁ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଗୌତମ ରାୟଙ୍କ ଠାରୁ 3017ଖଣ୍ଡ ଅଧିକ ଭୋଟରେ ନିର୍ବାଚିତ ହୋଇଥିବା ଜଣାପଡିଛି।ବିଂଝାରପୁର ବିଜେଡ଼ି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ବବିତା ମଲ୍ଲିକଙ୍କ ଠାରୁ 2759ଖଣ୍ଡ ଅଧିକ ଭୋଟରେ ନିର୍ବାଚିତ ହୋଇଛନ୍ତି। ପ୍ରାର୍ଥୀ ମାନଙ୍କ ବିଜୟକୁ ନେଇ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।
