ନିମାପଡ଼ାରେ ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡା
ନିମାପଡ଼ା ଆଜି ପୁରୀରେ ନିମାପଡ଼ା ବିଧାନସଭା ଆସନର ଭୋଟ ଗଣତି
ହୋଇଥିବା ବେଳେ ଏହି ଆସନରୁ ବିଜେପି ବାଜିମାତ କରିଛି। ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା
ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ୪୪୫୮ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟଲାଭ କରିଛନ୍ତି। ନିମାପଡ଼ାର ପ୍ରଥମ ମହିଳା ବିଧାୟକ ଭାବେ ପ୍ରଭାତୀ ନିର୍ବାଚିତ ହୋଇଥିବାରୁ ମହିଳାମାନେ ବେଶ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି।୧୩ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ ୧୯୬୪୪୨ ଜଣ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ପ୍ରଭାତୀ ୯୫୧୨୬ , ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ ୯୦୬୬୮, କଂଗ୍ରେସ ପ୍ରାର୍ଥୀ
ସିଦ୍ଧାର୍ଥ ରାଉତରାୟ ୭୦୩୦ , ରୋଜାଲିନ ନାୟକ
୭୫୮, ମନୋରଞ୍ଜନ ପରିଡା ୬୬୧, ମାମିନା ନାୟକ
୩୯୨, ଅରୁଣ ସାହୁ ୩୬୩,ସମ୍ପଦ ନାୟକ ୩୦୩,
ଗୋପାଳକୃଷ୍ଣ ବେହେରା ୧୮୧, ରୋଜାଲିନ ପ୍ରଧାନ
୧୭୨, ଜିତେନ୍ଦ୍ରିୟ ବେହେରା ୧୫୮, ସରୋଜିନୀ
ପ୍ରଧାନ ୧୦୦, ପ୍ରଦିପ୍ତ କୁମାର ଚାନ୍ଦ ୮୪ ଖଣ୍ଡ
ଭୋଟ ପାଇଥିବା ବେଳେ ନୋଟାରେ ୪୪୬ ଖଣ୍ଡ
ଭୋଟ ପଡିଛି। ଅନ୍ୟପକ୍ଷରେ ଏହାକୁ ନେଇ
ବିଜେପି ଶିବିର ବେଶ ଚଳଚଞ୍ଚଳହୋଇଥିବା ବେଳେ ଭୋଟରମାନେ ବିଧାୟକ ସମିର ରଞ୍ଜନ ଦାଶଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ବିଜେଡି ସମୀରଙ୍କ ଉପରେ ଭରଷା କରିନଥିବା ବେଳେ
ସମୀରଙ୍କ ରଣକୌଶଳ ଯୋଗୁଁ ବିଜେପି ବାଜିମାତ କଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। କଂଗ୍ରେସ ସମେତ ୧୧ ଜଣ ପ୍ରାର୍ଥୀ
ଅମାନତ ରଖି ପାରି ନାହାଁନ୍ତି।
